ଋଷୀୟ ଯୁବତୀଙ୍କୁ ଘାରିଲା ପୁଷ୍ପା କ୍ରେଜ୍‌, ମସ୍କୋ ରାସ୍ତାରେ ଧୂଳି ଉଡ଼ାଇଲେ ବିଦେଶିନୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଏବେବି ଥମିନି ପୁଷ୍ପାର ଫିଭର୍‌  ।  ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଥିଲା ପୁଷ୍ପା ଫିଲ୍ମର ଡାଇଲଗ୍‌ ‘ପୁଷ୍ପା ଝୁକେଗା ନେହିଁ ’। ଫିଲ୍ମରେ ନାୟକ ଅଲ୍ଳୁ ଅର୍ଜୁନ ରଖିଥିବା ହେୟାର ଷ୍ଟାଇଲ ଏବଂ ତାଙ୍କର ଚାଲିବାର ଶୈଳୀକୁ ସମସ୍ତେ ଅନୁକରଣ କରୁଥିଲେ । କଥା କଥାରେ ସମସ୍ତେ କହୁଥିଲେ, ‘ପୁଷ୍ପା…ପୁଷ୍ପାରାଜ….ଝୁକେଗା ନେହିଁ’…..।

ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ସବୁଠି ଏହି ଫିଲ୍ମକୁ ନେଇ କ୍ରେଜ୍ ଦେଖିବାକୁ ମିଳିଥିଲା । ଏହାରି ଭିତରେ ରୁଷର କିଛି ଯୁବତୀଙ୍କୁ ପୁଷ୍ପା ଫିଲ୍ମର ସାମି ସାମି ଗୀତରେ ନାଚୁଥିବାର ନଜର ରହିଛି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ମସ୍କୋର ରେଡ୍ ସ୍କେ୍ୱଆର୍ ଉପରେ ଐତିହାସିକ ମ୍ୟୁଜିଅମ ସାମ୍ନାରେ ୬ ଜଣ ରୁଷ ଯୁବତୀ ଧାଡିରେ ଠିଆ ହୋଇ ପୁଷ୍ପା ଫିଲ୍ମର ଗୀତରେ ନାଚୁଛନ୍ତି । ଏହି ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ଲୋକଙ୍କୁ ରୁଷ ଯୁବତୀଙ୍କ ଏହି ଦମ୍‌ଦାର ଡ୍ୟାନ୍ସ ପସନ୍ଦ ଆସିଛି ।

ତେବେ ଏହି ଭିଡିଓ ସୋଶିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓକୁ ନତାଲିଆ ଓଡେଗୋବା ଶେୟାର କରିଛନ୍ତି। ନତାଲିଆ ଜଣେ ଇଣ୍ଡିଆନ୍ ଡ୍ୟାନ୍ସର ଓ କୋରିଓ ଗ୍ରାଫର ଅଟନ୍ତି । ଏହି ଭିଡିଓକୁ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ସାମି ସାମି ଡ୍ୟାନ୍ସିଂ ୱିଥ୍ ମାଇ ଗାର୍ଲ୍ସ’। ତେବେ ଏହି ଭିଡିଓକୁ ୧୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.