ଉଲିକୁପାରେ ଓ ରାମଚନ୍ଦ୍ରପୁର ଠାରେ ବାବାସାହେବଙ୍କ ୧୨୮ ଜୟନ୍ତୀ ଉତ୍ସବ

କଳାହାଣ୍ଡି,୧୪/୪ : ଆଜି ସାରା ଦେଶରେ ଗୋଟେ ଭିନ୍ନ ପ୍ରକାର ମାହୋଲ ଦେଖିବାକୁ ମିଳୁଛି । ସ୍ୱାଧୀନତାର ୭୦ ବର୍ଷ ପରେ ବି ଲୋକଙ୍କୁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡୁଛି । ସମ୍ବିଧାନ ଅନୁସାରେ ଶାସନ ଚାଲିବା ପରିବର୍ତ୍ତେ ନାଗରିକର ସାମ୍ବିଧାନିକ ଅଧିକାରକୁ ମାଡିମକଚି ଚୁରମାର କରିଦିଆଯାଉଛି । ଆଜି ଧର୍ମ ନିରପେକ୍ଷ ରାଷ୍ଟ୍ରରେ ବିଭିନ୍ନ ଧର୍ମ ଓ ଜାତିର ବ୍ୟକ୍ତିବିଶେଷ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଦେଶସାରା ଚରମ ଅସହିଷ୍ଣୁତାର ବାତାବରଣ ବ୍ୟାପିବାରେ ଲାଗିଛି ।

Omkar Vasthu
Omkar Vasthu

ଆମ୍ବେଦକରବାଦ ସମାଜକୁ ରାହା ଦେଖାଇବ

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଦେଶର କୋଣଅନୁକୋଣରେ ସାମାଜିକ ବୈଷମ୍ୟ, ଆର୍ଥିକ ବୈଷମ୍ୟ ତଥା ସାଂସ୍କୃତିକ ବୈଷମ୍ୟ ଓ ଆଞ୍ଚଳିକବାଦ ମୁଣ୍ଡ ଟେକୁଛି । ଏହିପରି ପରିସ୍ଥିତିରେ ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ହିଁ ଏକମାତ୍ର ସାହାରା । ଏଣୁ ଆଜି ତାଙ୍କ ୧୨୮ତମ ଜନ୍ମ ଜୟନ୍ତୀରେ ତାଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବା ସହିତ ତାଙ୍କ ଦ୍ୱାରା ଅନୁସୃତ ନୀତି ଓ ଆଦର୍ଶ ତଥା ଆମ୍ବେଦକରବାଦ ହିଁ ସମାଜକୁ ଏ ଦେଶକୁ ରାହା ଦେଖାଇବ ବୋଲି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଉଲିକୁପାଠାରେ ଆୟୋଜିତ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ନର୍ଲା ବ୍ଲକ ଜୟଭୀମ ଡମ୍ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଡମ ବିକାଶ ପରିଷଦର ପୂର୍ବତନ ସଭାପତି କାମରାଜ ନାଏକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସୁପ୍ରସିଦ୍ଧ ବାଗ୍ମୀ ଲବ କରୁଆଁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଉଦିତ କୁମାର ଚଲାନ, ଇଂ. ହୃଷିକେଶ ସେନାପତି, ଦଳିତ ନେତା ପ୍ରଦୀପ ଛତ୍ରିଆ, ଯୁବ ଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗ, ରଘୁମଣି ସୁନା, ରୁକ୍ଧର ମହାନନ୍ଦ, ଯୁବସମାଜସେବୀ ଗୋପାଳଦାସ ମହାନନ୍ଦ, ବନବିହାରୀ ପାଲ, ସନ୍ତୋଷ ନାଏକ, କେଦାର ନିଆଲ, ସନ୍ଧ୍ୟାରାଣୀ ଛତ୍ରିଆ, ରାଜକୁମାରୀ ତାଣ୍ଡି, ରମା ଦୁର୍ଗା, ଧର୍ମୁ ତାଣ୍ଡି, ବନମାଳୀ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଡମ୍ ବିକାଶ ପରିଷଦର ସଭାପତି ରଘୁନାଥ ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହକୁ ପରିଚାଳନା କରିଥିଲେ ରବି ଦୁର୍ଗା ଓ ବିଷ୍ଣୁଦାସ ବାଗ ।

ଏହି ଅବସରରେ ଯୁବ ସଙ୍ଗୀତଜ୍ଞ ନରୋତ୍ତମ କରୁଆଁ ଓ ତରୁଣ କୁମାର ସଙ୍ଗୀତ ପରିବେଷଣ କରିଥିବା ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ଦୁଇହଜାରରୁ ଉଦ୍ଧ୍ୱର୍ ଦଳିତ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ । ସଭା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ଉଲିକୁପା ଗାଁ ପରିକ୍ରମା କରିବା ପରେ ସଭାସ୍ଥଳକୁ ଯାଇ ପହଞ୍ଚିଥିଲା । ସେଠାରେ ବାବାସାହେବଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ସଭାରମ୍ଭ କରାଯାଇଥିଲା ।

ଏଥିରେ ସମାଜର ବିଭିନ୍ନ ପରିବର୍ତ୍ତନ ସହିତ ତାଳ ଦେଇ ଚାଲିବାକୁ ଅତିଥିମାନେ ଆହ୍ୱାନ ଦେବା ସହ ବାବାସାହେବଙ୍କ ଅମରବାଣୀ ଶିକ୍ଷିତ ହୁଅ, ସଂଘର୍ଷ କର ଓ ସଂଗଠିତ ହୁଅକୁ କାର୍ଯ୍ୟରେ ପରିଣତ କରିବାକୁ ସମସ୍ତେ ଶପଥ ନେଇଥିଲେ ।

ସେହିପରି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରଠାରେ ମହାସମାରୋହରେ ବାବାସାହେବଙ୍କ ଜୟନ୍ତୀ ପାଳିତ ହୋଇଯାଇଥିବାବେଳେ ଏଥିରେ ଅତିଥି ଭାବେ କ୍ଷୀରସାଗର ମହାନନ୍ଦ, କେଶବ ଦୁର୍ଗା ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଜଳଧର ସାଗର, ଦିଗାମ୍ବର ଛତ୍ରିଆ, ଗଜାନନ ଦୁର୍ଗା ପ୍ରମୁଖ ପରିଚାଳନା କରିଥିଲେ ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.