ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ବ୍ଳକ ମାଟିକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ସରକାରୀ ବହୁଭାଷୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଟିକଣା ଗ୍ରାମ ପଂଚାୟତ ସରପଂଚ ସୁଶ୍ରୀ କାମୀ ତାଡିଙ୍ଗି,ୱାର୍ଡସଭ୍ୟ କାଟରୀ ତାଡିଙ୍ଗି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁସୁନା ପ୍ରେପାକା ପ୍ରମୁଖ ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟଚିତ୍ର ରେ ପୁଷ୍ପଧୂପ ପ୍ରଦାନ ପୂର୍ବକ ବୈଠକର କାର୍ଯ୍ୟାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୈାରହରି ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଆନନ୍ଦଚନ୍ଦ୍ର ବୀରଦଳେଇ,ସହକାରୀ ଶିକ୍ଷକ ଯୁବରାଜ ଜାକାକା,ଶିକ୍ଷୟତ୍ରୀ ସୁଶ୍ରୀ ସାଗରିକା ମାଣ୍ଡାଙ୍ଗି ଏବଂ ଶିକ୍ଷକ ବାବୁଲା ସାହୁ ସରକାରଙ୍କ ପ୍ରଦତ୍ତ ନିତିନିୟମ ଏବଂ ଏଲ.ଆର.ପି.ବିଷୟରେ ବୈଠକରେ ଆଲୋଚନା କରିଥିଲେ । ୭୮ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସ୍କୁଲ କର୍ତ୍ତୁପକ୍ଷଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିଥିଲେ । ଶିକ୍ଷକ ଶ୍ରୀ ଜାକାକା ଓ ଶିକ୍ଷୟତ୍ରୀ ସୁଶ୍ରୀ ମାଣ୍ଡାଙ୍ଗି ଆଦିବାସୀ ଭାଷାରେ ଅଭିଭାବକଙ୍କୁ ବୁଝାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.