ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା କଳାହାଣ୍ଡି ଯୁବ ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଏନ୍ଏସ୍ଏସ୍ ଓଡିଶା ଟିମ୍ର କଣ୍ଟିନ୍ଜେଣ୍ଟ ଲିଡର ଭାବରେ ପ୍ରତିନିଧିତ୍ବ କରିବେ। ଗତ ନଭେମ୍ବର ମାସ ପଶ୍ଚିମବଙ୍ଗର କଲ୍ୟାଣି ବିଶ୍ବବିଦ୍ୟାଳୟରେ ପୂର୍ବାଞ୍ଚଳ ପ୍ୟାରେଡ୍ ଚୟନ କ୍ୟାମ୍ପରେ ପୂର୍ବାଞ୍ଚଳର ୧୦ ଟି ରାଜ୍ୟର ପ୍ରତିନିଧ୍ଵ ସବୁ ଭାଗ ନେଇଥିଲେ। ଏଥିରେ ଓଡିଶାର ପ୍ରତାପ ଚନ୍ଦ୍ର ଦାଶ ମନୋନୀତ ହୋଇ ଚଳିତ ବର୍ଷ ଟିମ୍ ଓଡିଶା ଏନ୍ଏସ୍ଏସ୍କୁ ଆସନ୍ତା ଜାନୁୟାରୀ ୧ ତାରିଖରୁ ୩୧ ତାରିଖ ଦିଲ୍ଲୀରେ ରହି କର୍ତ୍ତବ୍ୟ ପଥ ପ୍ୟାରେଡ୍ କ୍ୟାମ୍ପରେ ପ୍ରତିନିଧିତ୍ବ କରିବେ। ଏହା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ମନ୍ତ୍ରଣାଳୟ ତରଫରୁ ତାଙ୍କୁ ସୂଚୀତ କରାଯାଇଛି। ଏହା କଳାହାଣ୍ଡି ପାଇଁ ଗର୍ବ ଆଣିଦେବା ସହ ସେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ, ଆଞ୍ଚଳିକ ଅଧିକାରୀ ଏନ୍ଏସ୍ଏସ୍ ଭୁବନେଶ୍ବର ସରିତା ପଟେଲ, ଏସ୍ଏନ୍ଓ ରମେଶ ବେହେରା, ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଏନ୍ଏସ୍ଏସ୍ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ଇଟିଆଇ ପରିଚାଳକ ଡ. ନିରଦ ବରଣ ଖୁଣ୍ଟିଆ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ମେଜର ଜୟଦେବ ସାହୁ ଓ ଅନେକ ବୁଦ୍ଧିଜୀବୀ, ଅଧ୍ୟାପକ, ଛାତ୍ରଛାତ୍ରୀ, ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି।