ଆବାସିକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଥୁଆମୂଳର ବାର୍ଷିକ କ୍ରୀଡା ଉତ୍ସବ

ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ସ୍ଥିତ ଆବାସିକ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରରେ ଦୁଇଦିନ ଧରି ଚାଲିଥିବା ୨୬ତମ କ୍ରୀଡା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏନେଇ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗ୍ରାମୀ ଥୁଆମୂଳ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ, ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ଉପ ସଭାପତି ଦିଲ୍ଲୀପ ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ମୋନାଲିସା ଚୌଧୁରୀ ଯୋଗଦାନ କରି ମାର୍ଗଦର୍ଶନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗଣେଶ ଚନ୍ଦ୍ର ନାଏକ ଅତିଥି ପରିଚୟ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଦିଲ୍ଲୀପ କୁମାର ଧଙ୍ଗଡାମାଝୀ ଏବଂ କ୍ରୀଡା ପ୍ରମୁଖ ଗିରିଧାରୀ ଭାଇଙ୍କ ନେତୃତ୍ଵରେ ସମସ୍ତ ଗୁରୁଜୀଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୋଟରେ ୨୭ ଟି ବିଭାଗରେ ୧୨୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଜେତା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.