ନୂଆବର୍ଷରେ ନର୍ଲା ଉତ୍ସବ ମୁଖର: ସାରା ରାତି ଚାଲିଲା ନାଚ ଗୀତର ଆସର, କେକ କାଟି ନୂତନ ବର୍ଷକୁ ସ୍ୱଗାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାନୁୟାରୀ ପହିଲା ନୂଆ ବର୍ଷରେ ଉତ୍ସବ ମୁଖର ହୋଇଉଠିଛି । ଯୁବ ସମାଜ ଠୁ ଆରମ୍ଭ କରି ସମସ୍ତ ବୟସର ଲୋକେ ବଣଭୋଜି ମୁହାଁ ହୋଇଛନ୍ତି ଜାନୁୟାରୀ ପହିଲାରେ । ବର୍ଷ ଆରମ୍ଭର ପହିଲା ଦିନକୁ ଭୋଜି ଭାତ କରି ହସ ଖୁସିରେ ବିତାଇ ଦେବା ପାଇଁ ସମସ୍ତେ ଲାଗି ପଡିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତକାଲି ୩୧ ଡିସେମ୍ବର ବିଦାୟୀ ୨୦୨୨ ବର୍ଷକୁ ନାଚ ଗୀତର ଆସର ଜମାଇବା ସହିତ ସାରା ରାତି ମଉଜ କରି ବିଦାୟ ସମ୍ବର୍ଦ୍ଧନା ଦେବା ସହ ନୂତନ ବର୍ଷ ୨୦୨୩କୁ ସ୍ୱାଗତ ପାଇଁ ବିଭିନ୍ନ କ୍ଲବ୍ ଗୁଡିକରେ ଡିଜେ ବଜାଇ ନାଚଗୀତର ଆସର ସାରା ରାତି ଲାଗି ରହିଥିଲା । ରାତ୍ର ଠିକ୍ ୧୨ ଟା ବାଜିବା ପରେ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରିଥିଲେ ଅଞ୍ଚଳବାସୀ ।

Udyog Nursery
Udyogi Nursery

ଅନେକ ସ୍ଥାନରେ କେକ କାଟି ନୂଆ ବର୍ଷକୁ ସମସ୍ତେ ସ୍ୱଗାତ କରିଥିଲେ ।ରାତିରୁ ଆରମ୍ଭ ହୋଇଯାଇଥିଲା ପରଷ୍ପରକୁ ନୂଆବର୍ଷର ଅଭିନନ୍ଦନ ଜଣାଇବାର ପର୍ବ । ଫେସବୁକ ଓ ହ୍ୱାଟସ୍ଅପ ଗୁଡିକ ଲାଗିପଡିଥିଲା ବନ୍ଧୁ ବନ୍ଧୁ ଓ ବାନ୍ଧବୀଙ୍କୁ ଶୁଭେଚ୍ଛା ଜଣାଇବାର ମାଧ୍ୟମ ।

ବର୍ତ୍ତମାନ ଅତ୍ୟାଧୁନିକ ଯୁଗରେ ପତ୍ରାଳାପ ଓ ବାର୍ତ୍ତାଳାପର ମୁଖ୍ୟ ମାଧ୍ୟମ ପାଲଟିଥିବା ଫେସ୍ବୁକ ଓ ହ୍ୱାଟ୍ସଅପ ସବୁ ମଧ୍ୟରାତ୍ରୀରୁ ଚଳ ଚଞ୍ଚଳ ହୋଇ ଉଠିଥିଲା । ସମସ୍ତେ ନିଜ ନିଜ ଦୁଆର ସମ୍ମୁଖରେ ମୁରୁଜ ଓ ଝୋଟି ପକାଇ ୨୦୨୩ ର ପ୍ରଥମ ସୂର୍ଯ୍ୟକୁ ସ୍ୱାଗତ କରିଥିଲେ ।

ନୂଆବର୍ଷ ପହିଲା ଜାନୁୟାରୀର ପ୍ରଥମ ସୂର୍ଯ୍ୟକିରଣ ଧରାପୃଷ୍ଠରେ ପଡି ସତେ ଯେମିତି ସମସ୍ତଙ୍କୁ କୋଳେଇ ନେଇଛି । ନୂଆ ବର୍ଷର ପ୍ରଥମ ସାକ୍ଷାତରେ ମାନ ଅଭିମାନକୁ ଭୁଲି ପରଷ୍ପରଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଭାଇଚାରାର ନିଦର୍ଶନ ଦେଇଛନ୍ତି ଯୁବ ସମାଜ ଓ ଜନସାଧାରଣ । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ନିସ୍ତବ୍ଦ ହୋଇ ପଡିଥିଲା ନର୍ଲା ଅଞ୍ଚଳ । ନୂତନ ବର୍ଷ ୨୦୨୩ ର ଆଗମନରେ ନର୍ଲା ଉତ୍ସବ ମୁଖର ହୋଇ ଉଠିଛି ।

ନବବର୍ଷର ଆଗମନରେ ନର୍ଲା ଅଞ୍ଚଳ ବାସୀଙ୍କ ସୁଖ ସମୃଦ୍ଧି କାମନା କରି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଧାୟକ ଭୁପିନ୍ଦର ସିଂ ନର୍ଲା ବିଡିଓ ବାସନ୍ତି ସେଠୀ,

କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ,

ସରିଆଁ ସରପଞ୍ଚ ଓମପ୍ରକାଶ ଛାତ୍ରୀଆ, ରାକସୀ ସରପଞ୍ଚ ଯେମନ୍ତ ପୋଢ଼, ଭାନ ପୁର ସରପଞ୍ଚ ଅନନ୍ତରାମ ମାଝୀ, ସେରଗଡ଼ ସରପଞ୍ଚ ରାହୁଲ ସାହୁ, ବାଗପୁର ସରପଞ୍ଚ ଗୋପାଳ ହାତୀ ପ୍ରମୁଖ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.