ଜମି ବିବାଦକୁ ନେଇ ଖଲିଆକାନି ପ୍ରାଥମିକ ବିଦ୍ୟାଳୟରେ ତାଲା

ତହସିଲଦାରଙ୍କ ହସ୍ତକ୍ଷେପ ପରେ ଖୋଲିଲା ତାଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖଲିଆକାନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରାଯାଇଛି । ବିଦ୍ୟାଳୟର କୋଠା ଗୁଡିକ ଗ୍ରାମର ଖୀରସିନ୍ଧୁ ମାଝୀଙ୍କ ନିଜସ୍ୱ ଜାଗାରେ ତିଆରି ହୋଇଥିବାରୁ ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ନିଜ ଜମିକୁ ନିଜକୁ ଫେରେଇଦେବା ଦାବିରେ ସ୍କୁଲ ରେ ତାଲା ପକାଇ ପ୍ରତିବାଦ କରାଯାଇଛି। ସ୍କୁଲ ଗେଟରେ ତାଲା ପଡ଼ିଥିବାରୁ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ବାହାରେ ଠିଆ ହେବାକୁ ପଡିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବର ପାଇ ଘଟଣା ସ୍ଥଳକୁ ତହସିଲଦାର ଅଶୋକ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣି ନାଏକ ଓ ପୋଲିସ ଆସି ବୁଝାସୁଝା କରିବା ପରେ ସ୍କୁଲ ଗେଟରୁ ତାଲା ଖୋଲାଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ବର୍ଷ ଅଗଷ୍ଟ ମାସରେ ସମ୍ପୁକ୍ତ ଜାଗା ମାଲିକ ଏହି ସ୍କୁଲରେ ତାଲା ମାରିଥିବା ବେଳେ ପ୍ରଶାସନର ପ୍ରତିଶ୍ରୁତି ପରେ ତାଲା ଖୋଲା ହୋଇଥିଲା । ଏଣୁ ଏହାର ଏକ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବୀ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.