ହକି ବିଶ୍ୱକପ୍ ଟ୍ରଫିକୁ ନୂଆପଡାରେ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ପୁରୁଷ ବିଶ୍ୱକପ୍ ହକିକୁ ନେଇ ରାଜ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ଓଡ଼ିଶାରେ ଏହା ଆୟୋଜିତ ହେଉଥିବାରୁ ଟ୍ରଫି ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲାରେ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ନୂଆପଡ଼ା ମିନି ଷ୍ଟାଡିୟମରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଶା  ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ସମେତ ନିର୍ବାଚିତ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, କ୍ରୀଡାବିତ୍ ପ୍ରମୁଖ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ଚେସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓ ମାରାଥନ ରେସ ପ୍ରତିଯୋଗିତାରେ କୃତୀ ପ୍ରିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ପରେ  ଖଡ଼ିଆଳ ସହରରେ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଶ୍ବକପ୍ ହକି ଟ୍ରଫିକୁ ସ୍ୱାଗତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.