କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ମ.ରାମପୁରରେ କ୍ରାନ୍ତି ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନିଜ ଅଧିକାର ସୁରକ୍ଷା ପାଇଁ କ୍ରାନ୍ତି ଯାତ୍ରା ମାଧ୍ୟମରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ‘କଳାହାଣ୍ଡି ବିକାଶ ପରିଷଦ’ ପକ୍ଷରୁ ମ.ରାମପୁର ବ୍ଲକ ଠାରେ ଆଜି ‘କ୍ରାନ୍ତି ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି।  କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡଙ୍କ ନେତୃତ୍ୱରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରୁ ଆୟୋଜିତ ଉକ୍ତ ଯାତ୍ରାରେ ପଦ୍ମ ଲୋଚନ ମିଶ୍ର, ପ୍ରତାପ ରଣା, ସଙ୍କୀର୍ତ୍ତନ ପାଲ, ଲଳିତ କୁମାର ମହାଳିକ, କୁବେର ବୁଡେକ, ରାଜୁ ମାଝୀ, କିଶୋର ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନେକ ଜନ ପ୍ରତିନିଧି, ସମାଜସେବୀ, ବରିଷ୍ଠ ନାଗରିକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡ଼ି କର୍ମୀମାନେ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ଦୁର୍ନୀତି, ଭ୍ରଷ୍ଟାଚାର ମୁକ୍ତ ଏବଂ ବିକଶିତ କଳାହାଣ୍ଡି ଗଠନ ପାଇଁ ଆହ୍ୱାନ ଦେବାସହ ତତ୍ ସମ୍ପର୍କିତ ପ୍ଲାକାଡ଼ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ କହିଛନ୍ତି ଯେ, ଏହି କ୍ରାନ୍ତି ଯାତ୍ରା ଜରିଆରେ ଜିଲ୍ଲାର ସମସ୍ତ ବ୍ଲକରେ ଜନ ସାଧାରଣଙ୍କୁ ସେମାନଙ୍କ ସାମ୍ବଧନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଯିବ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.