ପାଳ ଗଦାରେ ଲାଗିଲା ନିଆଁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ପୈାରାଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୯ସ୍ଥିତ କୋଣ୍ଡା ତୁମ୍ବିଗୁଡାରେ ଆଜି ମଧ୍ୟାହ୍ନରେ ଏକ ପାଳଗଦାରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିିଳିଥିଲା । ଖବର ପାଇ ରାୟଗଡା ଦମକଳ କେନ୍ଦ୍ରର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ କରିଥିଲେ । ସୂଚନା ପ୍ରକାରେ ଆଜି ମଧ୍ୟାହ୍ନରେ କୋଣ୍ଡା ତୁମ୍ବିଗୁଡାର ଗଉଡୁ ସନ୍ୟାସୀ ତାଙ୍କ ଘର ପଛପଟେ ରଖିଥିବା ପାଳଗଦାରେ କୈାଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ପାଳଗଦାରୁ ବହୁ ଜୋରରେ ନିଆଁ ଲାଗିଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକେ ତୁରନ୍ତ ରାୟଗଡା ଦମକଳ କେନ୍ଦ୍ରକୁ ଜଣାଇଥିଲେ । ଅଗ୍ନିଶମ ବାହିନୀର ଆଗ୍ନିକ ୱାଇ.ହୃଷିକେଶଙ୍କ ସମେତ ଅନ୍ୟମାନେ ନିଆଁକୁ ଲିଭାଇଥିଲେ । ତେବେ ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.