ରାୟଗଡା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଦାବିପତ୍ର
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଭିନ୍ନକ୍ଷମ ମହାସଂଘ ପକ୍ଷରୁ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କୁ ତିନି ଚକିଆ ଇଲେକ୍ଟ୍ରିକ ସ୍କୁଟରର୍ସ ଯୋଗାଇ ଦେବା ପାଇଁ ଅନୁରୋଧ କରାଯିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ରାୟଗଡା ଜିଲ୍ଳାରେ ୩୦ହଜାରରୁ ଉର୍ଦ୍ଧ ଦିବ୍ୟାଙ୍ଗମାନେ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ସ୍ୱାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି । ତେବେ ଦୈନନ୍ଦିନ ଜୀବନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ସମୟରେ ଏମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଦିବ୍ୟାଙ୍ଗ ଉଦ୍ୟୋକ୍ତାଙ୍କ ସମ୍ବନ୍ଧୀୟ କ୍ରିୟାଶୀଳତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବିଦ୍ୟୁତଚାଳିତ (ଇଲେକ୍ଟ୍ର୍ରିକ୍)ସ୍କୁଟର୍ସ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଯାଇଛି । ପୂର୍ବରୁ ଦିବ୍ୟାଙ୍ଗମାନେ ପ୍ରଶାସନ ପାଖେ ଅନେକ ସମୟରେ ଦାବି ତଥା ପ୍ରାର୍ଥନା କରି ଆସୁଥିଲେ ମଧ୍ୟ କେହି କର୍ଣ୍ଡପାତ କରୁ ନ ଥିବା ମହାସଂଘ ସଂପାଦକ ଜଳନ୍ଧର ବାଚେଲି ପ୍ରକାଶ କରିଛନ୍ତି । ଅନ୍ୟ ଜିଲ୍ଳାଗୁଡିକରେ ସାଂସଦ, ବିଧାୟକମାନେ ଦିବ୍ୟାଙ୍ଗମାନଙ୍କୁ ଏହି ସ୍କୁଟର୍ସ ପ୍ରଦାନ କରୁଥିବା ବେଳେ ରାୟଗଡା ଜିଲ୍ଳାରେ ଥିବା ଯୋଗ୍ୟ ଦିବ୍ୟାଙ୍ଗମାନଙ୍କୁ ସ୍କୁଟର୍ସ ପ୍ରଦାନ ପାଇଁ ଉଲ୍ଳେଖ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳାରେ ରହୁଥିବା ସୁରଜ ମାଣ୍ଡିଙ୍ଗି, ସନ୍ତୋଷ କୁମାର ମହାପାତ୍ର, ହରିଶ୍ଚନ୍ଦ୍ର କାଶି, ଯକୋବ ପାଣି, ପ୍ରକାଶ କୁମାର କୋଦାମ୍ବାଳୁ, ପବିତ୍ର ଗମାଙ୍ଗ ଏବଂ ଜଳନ୍ଧର ବାଚେଲି ଭଳି ୭ଜଣ ଅତ୍ୟନ୍ତ ଗରିବ ଶ୍ରେଣୀୟ ଦିବ୍ୟାଙ୍ଗମାନେ ହୋଇଥିବାରୁ ସେମାନଙ୍କୁ ଏହି ସ୍କୁଟର୍ସ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି ।
ରାୟଗଡା ଭିନ୍ନକ୍ଷମ ମହାଂସଘ ସଭାପତି ରାକେଶ ହିମିରିକା, ଉପସଭାପତି ଏଲ.ରମେଶ କୁମାର, ସଂପାଦକ ଜଳନ୍ଧର ବାଚେଲି, ଉପଦେଷ୍ଠା ଗୋବିନ୍ଦଚନ୍ଦ୍ର ମିଶ୍ରଙ୍କ ସମେତ ମହାସଂଘର ଅନ୍ୟ ପଦାଧିକାରୀ ଓ ସଦସ୍ୟସଦସ୍ୟାମାନେ ଜିଲ୍ଳାର ଜନ ପ୍ରତିନିଧି, ରାଜନେତା, ପ୍ରଶାସନିକ ଅଧିକାରୀମାନଙ୍କୁ ଭେଟି ମହାସଂଘ ପକ୍ଷରୁ ନିଜ ଭଳି ଜିଲ୍ଳାର ଅନ୍ୟ ଦିବ୍ୟାଙ୍ଗଙ୍କ ଉପସ୍ଥିତି ଜାହିର କରି ସେମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସହାୟତା ଯୋଗାଇବା ସହ ଜିଲ୍ଳାର ବିକାଶରେ ସେମାନଙ୍କ ନେଇ ମିିଳିତ ଭାବେ କାର୍ଯ୍ୟ କରିବା ପାଇଁ ଲିଖିତ ପତ୍ର ପ୍ରଦାନ କରାଯାଇ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଆଜି ଭିନ୍ନକ୍ଷମ ମହାସଂଘ ପକ୍ଷରୁ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ମଧ୍ୟ ଏକ ପତ୍ର ପ୍ରଦାନ କରାଯାଇ ସହାୟତା ଜାରି ରଖିବାକୁ କୁହାଯାଇଥିଲା ।