ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନୃତ୍ୟ, ଗୀତ, ବକୃତା, ହୁଳହୁଳି, ଚିତ୍ରାଙ୍କନ,ଲେଖନୀ ପ୍ରତିଯୋଗିତା, ଭଳି ବଲ, ଏକକ ଅଭିନୟ ଆଦି ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିକ୍ଷକ ସୁନାଧର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କଳାକାରମାନଙ୍କୁ ଶିକ୍ଷକ ମାନେ ମୂଲ୍ଯାଙ୍କନ କରିଥିଲେ। ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ସରପଞ୍ଚ ବେଣୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାୟକ, ସମ୍ମାନିତ ଅତିଥି ଭାବରେ ଏ.ଇ ବାଞ୍ଛାଭଟ୍ଟ ପାଣ୍ତେ, ଜିପିଓ ଜ୍ଞାନରଞ୍ଜନ ଭୋଇ ପ୍ରମୁଖ ଯୋଇଦେଇଥିଲେ।  ପିଇଓ ରମେଶ ମେହେର, ଜିଆଏସ ସୁଶାନ୍ତ ନାଏକ, ଜେଏସ୍ ସରୋଜ ବାଗ ସମେତ୍ ସାମ୍ବାଦିକ ଦୁର୍ଗା କୀର୍ତ୍ତି, ସାମ୍ବାଦିକ ବଳଭଦ୍ର ବାଗ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଅଞ୍ଚଳର ଶହ ଶହ ଜନସାଧାରଣ ଏହି ଉତ୍ସବରେ ସାମିଲ ହୋଇଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.