ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ। କ୍ରାନ୍ତିଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକକୁ ପରିକ୍ରମା କରିବାସହ ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଉଛି। ଯେଉଁଥିରେ ଅଞ୍ଚଳବାସୀମାନେ ସ୍ଵେଚ୍ଛାକତ ଭାବେ ଯୋଗ ଦେଉଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ୭ ଜାନୁଆରୀ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ସ୍ଥିତ ମାଣିକେଶ୍ବରୀ ପୀଠ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି କ୍ରାନ୍ତି ଯାତ୍ରା ପରିକ୍ରମା କରିଥିଲା। କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ଼ଃ ସୁନିତୀ ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ଏହି ଯାତ୍ରାରେ ଥୁଆମୁଳ ରାମପୁର ବ୍ଲକର ବିଏସପି ରାଜ୍ଯ ସାଧାରଣ ସମ୍ପାଦକ ଦେବୀଚାରଣ ଭାଟିଙ୍କ ସହ ଶୋଭାଗିନୀ ପାତ୍ର, ସନ୍ଧ୍ୟାରାଣୀ ଗୋପାଳ, ଶସାଙ୍କ ଦାସ, ହୃଷିକେଷ ଖଡିକାର, ମହେଶ୍ବର ନାଏକ, ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଜିଲ୍ଲାର ୧୮ଟି ବ୍ଲକର ଜନସାଧାରଣଙ୍କୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରି ଆସନ୍ତା ଜାନୁୟାରୀ ୨୩ ତାରିଖରେ ଏହା ଉଦଯାପିତ ହେବ ବୋଲି ପରିଷଦ ପକ୍ଷରୁ ସୁଚନା ମିଳିଛି।