ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ହାଇସ୍କୁଲ୍ ର ୧୯୮୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଐତିହାସିକ ଧବଳେଶ୍ଵର ପୀଠ ବେଲଖଣ୍ଡି ଠାରେ ଏକ ସୈ।ହାର୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୫ ବର୍ଷ ପରେ ବନ୍ଧୁମାନେ ପ୍ରଥମ ଥର ଏକତ୍ରିତ ହୋଇ ଥିବା ଯୋଗୁ ନାହିଁ ନ ଥିବା ଖୁସି ଅନୁଭବ କରିଥିଲେ । ଅତୀତର ସ୍ମୃତିକୁ ମନେପକାଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଦୀର୍ଘ ଦିନ ପରେ ଏକତ୍ରିତ ହୋଇ ଥିବା ଯୋଗୁ ଖୁସିରେ ସମସ୍ତେ ମସଗୁଲ ହୋଇ ଯାଇଥିଲେ । ଏଥିରେ ଇଣ୍ଟରନେସନାଲ ଡେଭଲପମେଣ୍ଟ ଅରଗାନାଇଜେସନର ପ୍ରୋଗ୍ରାମ ମେନେଜର ସରୋଜ କୁମାର ବାରିକ, ପ୍ରଥମ ଓଡ଼ିଶାର ସ୍ଵେଚ୍ଛାସେବୀ ପ୍ରହଲ୍ଲାଦ ପ୍ରଧାନ, ଆଡଭୋକେଟ ତଥା ସମାଜସେବୀ ଝସକେତନ ରଣା, ଶିକ୍ଷକ ସହଦେବ ସାହୁ, ମୀନକେତନ ସୁନା, ଗୋକୁଳ ଚନ୍ଦ୍ର ପ୍ରଧାନ, ହେମନ୍ତ କୁମାର ବେହେରା, ଅନ୍ତର୍ଯ୍ୟାମୀ ମଲ୍ଲିକ, ନରେନ୍ଦ୍ର ନାଗ, ଫକୀର ଭୋଗ, ଅଶୋକ କୁମାର ରଣା, ଅନୀଲ ଗହୀର, ପ୍ରଦୀପ କୁମାର ସାହୁ, ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଭାଗିରଥୀ ଷଡ଼ଙ୍ଗୀ, ବ୍ୟବସାୟୀ ପ୍ରଶାନ୍ତ ଜୈନ, ଅନୀଲ କୁମାର କେଡିଆ, ମନୋଜ କୁମାର ମେହେର, ଯୁଗାନ୍ତ ସାଗର, ହୋଟେଲ ବ୍ୟଵସାୟୀ ସତ୍ୟନାରାୟଣ ପୁଟେଲ, ପୋଲିସ କନେଷ୍ଟବଳ ରାମଲାଲ ମଲ୍ଲିକ, କିରାଣୀ କ୍ଷୀରୋଦ୍ର ସାହୁ, ପୂର୍ବତନ ସମିତି ସଭ୍ୟ ସଞ୍ଜିବ କୁମାର ରଣା, ବିଶିଷ୍ଟ ଚାଷୀ ଧବଳେଶ୍ଵର ସାହୁ, ଟଙ୍କଧର ରଣା, ପୀତବାସ ରଣା, ହଂସରାଜ ପ୍ରଧାନୀ, ରାମଚନ୍ଦ୍ର ଦାଶ, ଡୋଳାମଣି ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।