କମ୍ପାନୀ ଦେଲା ଅଫର; ବୋନସରେ ମିଳିବ ୫୦ ମାସର ଦରମା

କମ୍ପାନୀ ଚାକିରି କରୁଥିଲେ ଆପଣ ନିଶ୍ଚୟ ଜାଣିଥିିବେ ଏଠି ଖଟଣି କେତେ । ଯେତିକି ଦରମା ତା ଠାରୁ ଦଶଗୁଣା କାମ । କିନ୍ତୁ କମ୍ପାନୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଚମକାଇ ଦେବା ପରି ଏକ ଖବର । ଶୁଣିଲେ ଆପଣ ଇର୍ଷା ତ ନିଶ୍ଚୟ କରିବେ । ତାସହ ଭାବିବେ କମ୍ପାନୀ ଯଦି ଏତେ ସୁବିଧା ଦେବ ତେବେ କାମ କାହିଁକି ବାଧିବ ? ଆଜ୍ଞା ହଁ, ଏମିତି ଏକ କମ୍ପାନୀ ଅଛି ଯିଏ ବୋନସ ଆକାରରେ ଦେଇଛି ୫୦ ମାସର ଦରମା । ତାଇୱାନର ଏଭରଗ୍ରୀନ ମରୀନ କର୍ପୋରେଶନ ନାମକ ଏକ କମ୍ପାନୀ ଗୋଟିଏ ବର୍ଷର କାମ ଏବଂ ଦରମା ପରେ ବି କର୍ମଚାରୀଙ୍କୁ ଖୁସି କରିବା ପାଇଁ ବୋନସ ଦେବା ପାଇଁ ମନ କରିଛି । କମ୍ପାନୀ ପକ୍ଷରୁ ଯାହା ସୂଚନା ମିଳିଛି, ସେହି ଅନୁସାରେ, କମ୍ପାନୀ ନିଜ କର୍ମଚାରୀଙ୍କୁ ୫୦ ମାସର ସାଲେରୀ ବୋନସ ଆକାରରେ ଦେବ । ଏହି ବୋନଓ କର୍ମଚାରୀଙ୍କ ଗ୍ରେଡ ଏବଂ କାମ ଅନୁସାରେ ଦିଆଯିବ । ତେବେ କମ୍ପାନୀ ସେହି କର୍ମଚାରୀଙ୍କୁ ଦେବ ଯେଉଁମାନେ ତାଇଓ୍ବାନରେ ରହି କମ୍ପାନୀକୁ ସେବା ଦେଉଛନ୍ତି ।ଏକ ରିପୋର୍ଟ ଅନୁସାରେ, କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ବର୍ଷର୍ର ଶେଷରେ କମ୍ପାନୀ ଦେଉଥିବା ବୋନଓ କର୍ମଚାରୀଙ୍କ ବର୍ଷ ଯାକର କାମକୁ ହିସାବ କରି ଦିଆଯିବ । ତେବେ ଏ ବିଷୟରେ ସବିଶେଷ ବିବରଣୀ ଦେବାକୁ କମ୍ପାନୀ ମନା କରି ଦେଇଛି । ଏଠି କହି ରଖିବୁ, ଏଭରଗ୍ରୀନ ମରିନ ଏକ ସିପିଂ କମ୍ପାନୀ ଯାହା ଅନ୍ତର୍ଜାତୀୟ ସ୍ତରରେ ଟ୍ରାନ୍ସପୋର୍ଟ କାରବାର କରିଥାଏ । ଗତ ଦୁଇ ବର୍ଷ ମଧ୍ୟରେ ସିପିଂ ଇଣ୍ଡଷ୍ଟ୍ରିରେ ବେଶ ଲାଭବାନ ହୋଇଛି । କରୋନା ସମୟରେ କଂଜ୍ୟୁମର ଗୁଡ୍ସ ଏବଂ ଭଡାରେ ବୃଦ୍ଧି ଘଟିବା ଯୋଗୁ କମ୍ପାନୀ ୨୦୨୨ରେ ତିନିଗୁଣା ଲାଭ କରିଛି । ଏହି କମ୍ପାନୀର ନା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ୨୦୨୧ରେ କମ୍ପାନୀର ଏକ ସିପ ସୁଏଜ କେନାଲରେ ଫସି ଯାଇଥିଲା । ଯାହା ବି ହେଉ, ଏହି କମ୍ପାନୀ ଏହି ବୋନସ ଯଦି ତାର କର୍ମଚାରୀଙ୍କୁ ଦିଏ ତେବେ କେତେକ କର୍ମଚାରୀଙ୍କ ଖାତାକୁ ଏକକାଳୀନ ୬୫, ୦୦୦ ଡଲାର ଅର୍ଥାତ ୫ କୋଟିରୁ ଅଧିକ ଟଙ୍କା ଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.