ଗୋହୀରାପଦର ୟୁପି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ଗୋହିରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋହୀରାପଦର ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଖୁଲୁରାମ ସାହୁ ଯୋଗଦାନ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ମହାନ୍ତିଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ ଓ ଅନ୍ୟମାନେ ଏକ ଭବ୍ୟ ଶୋଭାଯାତ୍ରାରେ ସ୍ଥାନୀୟ ଶୋଭାଯାତ୍ରାକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମଶାଲ ଯାତ୍ରାରେ ବିଦ୍ୟାଳୟକୁ ଆସି ମଶାଲ ସ୍ଥାପନା କରିଥିଲେ । ଏହାପରେ ମୁଖ୍ୟ ଅତିଥି ପୂଜାର୍ଚ୍ଚନା କରି କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । କେସପଲା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଶିକ୍ଷୟତ୍ରି ସୁପ୍ରଭା ବାଗ, ସରୋଜିନୀ ରାଉତ, ତପସ୍ୱିନୀ ମହାପାତ୍ର ଓ ସବିତା ଦେଇ ପ୍ରତିଯୋଗୀତା ପରିଚାଳନା କରିଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ବାର୍ଷିକ ଉସôବରେ ପୁରସ୍କୃର କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ଘୋଷଣା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.