ବଲାଙ୍ଗୀର ସ୍ପୋର୍ଟ ହଷ୍ଟେଲ ୪-୦ ରେ ବିଜୟୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏସ୍କନ କ୍ଳବ ତରଫରୁ ହାଇସ୍କୁଲ ପଡିଆ ଠାରେ ଚାଲିଛି ପ୍ରଜ୍ଞା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଗତକାଲି ଶୁକ୍ରବାର ନର୍ଲା ବ୍ଲକ ଉପାଧ୍ୟକ୍ଷଙ୍କ କର କମଳରେ ଏହା ଉଦ୍ଘାଟିତ ହୋଇଥିଲା । ଉଦଘାଟନୀ ମ୍ୟାଚ ସ୍ପୋର୍ଟ ହଷ୍ଟେଲ ଭବାନୀପାଟଣା ଓ ଆୟୋଜକ ନର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ରେ ଭବାନୀପାଟଣା ସ୍ପୋର୍ଟ ହଷ୍ଟେଲ ୧-୦ ରେ ବିଜୟୀ ହୋଇ ପ୍ରଥମ ଦଳ ଭାବରେ ସେମି ଫାଇନାଲକୁ ଉତୀର୍ଣ୍ଣ ହୋଇପାରିଛି । ଆୟୋଜକ ନର୍ଲା ସମେତ ସ୍ପୋର୍ଟ ହଷ୍ଟେଲ କଳାହାଣ୍ଡି, ନୂଆପଡା, ସ୍ପୋର୍ଟ ହଷ୍ଟେଲ ବଲାଙ୍ଗୀର, ସ୍ପୋର୍ଟ ହଷ୍ଟେଲ କନ୍ଧମାଳ, ବଉଦ ଫୁଟବଲ ଏସୋସିଏସନ, କେଡିଏଫଏସି କୋରାପୁଟ ଓ କଣ୍ଟାବାଞ୍ଜି ଏଭଳି ୮ ଗୋଟି ଦଳକୁ ନେଇ ୧୩/୧ ରୁ ଚାଲିଛି ପ୍ରଜ୍ଞା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜିର ଦ୍ୱିତୀୟ ଦିବସ ର ଟୁର୍ଣ୍ଣାମେଣ୍ଟ ରେ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ବାଗପୁର ର ପୂର୍ବତନ ସରପଞ୍ଚ ବରୁଣ ନାଏକ, ତ୍ରେଇଲକ୍ୟ ହରପାଲ, କ୍ରୀଡା ପ୍ରେମୀ ତଥା ପେସିଫିକ ଇଂଲିଶ ମିଡିୟମ ସ୍କୁଲ, ଚେୟାରମେନ ପ୍ରଶାନ୍ତ ନାଏକ ପ୍ରମୁଖ ଯୋଗଦାନ କରି ଯୁବ କ୍ରୀଡାବିତ ସ୍ବର୍ଗତ ପ୍ରଜ୍ଞା ନାଏକଙ୍କ ଫଟୋଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏକ ଚିତାକର୍ଷକ ମ୍ୟାଚ ରେ ସ୍ପୋର୍ଟ ହଷ୍ଟେଲ ବଲାଙ୍ଗୀର ନୂଆପଡା ଟିମକୁ ୪ ଗୋଲ ଦେଇ ଥିବା ବେଳେ ଖେଳ ଶେଷ ସୁଦ୍ଧା କୌଣସି ବି ଗୋଲ ଦେବାରେ ସକ୍ଷମ ହୋଇପାରି ନଥିଲେ ନୂଆପଡା ଟିମ ।
ରେଫରୀ ଭାବରେ କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାଏକ, ସୁରେଶ ନାଏକ, ଲାଇନ ମ୍ୟାନ ଭାବରେ ଛବି ମ୍ୟାଚ ପରିଚାଳନା କରିଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ନର୍ଲା ଯୁକ୍ତ ଦୁଇ କଲେଜ ର କ୍ରୀଡା ଶିକ୍ଷକ ସୁମନ୍ତ ପୁଝାରୀ । ଏସ୍କନ କ୍ଲବ ର ସଦସ୍ୟ ତ୍ରୀଲୋଚନ ଗୌଡ଼, ଅନମୋଲ ଚାନ୍ଦ, ପିଣ୍ଟୁ ନାଗ, କିଶୋର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜାନୁୟାରୀ ୧୭ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।