ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନିଲେଶ କୁମାର ନାଗ): ଉତ୍କଳୀୟ ସାଂସ୍କୃତିକ ପରିଷଦ କଳାହାଣ୍ଡି ଶାଖା ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସଂସ୍କୃତି ସମ୍ପନ୍ନ ପାଣିମୁଣ୍ଡା ଗ୍ରାମ ଠାରେ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ୧୮୦ ତମ ଜନ୍ମ ଜୟନ୍ତୀ କଳାହାଣ୍ଡି ଶାଖାର ସଂଯୋଜକ ପ୍ରମୋଦ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଓ କବି କୁମୁଦ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ ତଥା କବି ମଧୁସୂଦନ ରାଉତ, ଗ୍ରାମର ବିଶିଷ୍ଟ ବ୍ୟକ୍ତି ଚିରଞ୍ଜିବି ପଧାନ ମଂଚାସୀନ ଥିଲେ।ସଭାକାର୍ଯ୍ୟ ପରେ ପରେ ଅନୁଷ୍ଠିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ବିଶିଷ୍ଟ କଳା ସଂଗଠକ ତଥା ତବଲା ବାଦକ ପ୍ରସନ୍ନ ଗୌଡ଼ିଆ, କଣ୍ଠଶିଳ୍ପୀ ଶିବରାମ ସାହୁ ଓ ଯଶୋବନ୍ତ ଚନ୍ଦନ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ତପନ କୁମାର ଭୋଇ। ଶ୍ୟାମ ସୁନ୍ଦର ପଧାନ, ଭୁବନେଶ୍ୱର ଭୋଇ, ଫକୀର ମୋହନ ନାଏକ, ବିନୋଦ ଭୋଇ, ମିଲନ କୁମାର ଭୋଇ ଓ ଭଗବାନ ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।