ପୂର୍ବ ନିୟମ କାଏମ ରଖିଲେ ସରକାର; ୨୧ ବର୍ଷରୁ କମ୍‌ ଲୋକ କିଣିପାରିବେନି ମଦ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ମଦ କିଣିବାର ବୟସ ସୀମା ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାର ସରକାରୀ ନିଷ୍ପତ୍ତିକୁ ତୀବ୍ର ବିରୋଧ ଓ ସମାଲୋଚନା ପରେ ନଇଁଲେ ସରକାର। ମଦ କିଣିବା ନେଇ ପୂର୍ବରୁ ଥିବା ଆଇନ ବଳବତ୍ତର ରହିବ। ୧୮ ବର୍ଷ ନୁହେଁ ପୂର୍ବ ଭଳି ୨୧ ବର୍ଷର ଲୋକ ହିଁ ମଦ କିଣିବାର ଆଇନଗତ ଅଧିକାର ପାଇବେ ବୋଲି କର୍ଣ୍ଣାଟକ ସରକାର କହିଛନ୍ତି। ସୂଚନା ଅନୁସାରେ, ମଦ କିଣିବାର ବୟସ ସୀମାକୁ ୨୧ରୁ ୧୮ ବର୍ଷକୁ ହ୍ରାସ କରିବାକୁ ସରକାର ଏକ ଆଇନ ଆଣିବାକୁ ଯାଉଥିଲେ। ହେଲେ ଏହାକୁ ରାଜ୍ୟରେ ତୀବ୍ର ବିରୋଧ କରାଯାଇଥିଲା। ବିରୋଧକୁ ଦେଖି ଶେଷରେ କର୍ଣ୍ଣାଟକର ବିଜେପି ସରକାର ନିଷ୍ପତ୍ତି ବଦଳାଇଛନ୍ତି ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକ ଅବକାରୀ ଆଇନ ସେକ୍ସନ ୩୬(୧)(ଜି) ୧୯୬୫ ଅନୁସାରେ ୧୮ ବର୍ଷରୁ କମ୍‌ ବୟସର ଲୋକେ ମଦ କିଣିବା ନିଷିଦ୍ଧ କରାଯାଇଛି। ତେବେ ୧୦(୧)(ଇ)(ଜେନେରାଲ୍ କଣ୍ଡିସନ ଅଫ୍ ଲାଇସେନ୍ସ) ନିୟମ ୧୯୬୫ ଅନୁସାରେ, ୨୧ ବର୍ଷରୁ କମ ବୟସର ଲୋକଙ୍କୁ ମଦ ବିକ୍ରି କରିବା ମଧ୍ୟ ନିଷିଦ୍ଧ କରାଯାଇଛି ବୋଲି ରାଜ୍ୟ ଅବକାରୀ ବିଭାଗ ଏକ ପ୍ରେସ  ବିଜ୍ଞପ୍ତି ଜାରି କରି କହିଛି। ତେବେ ଏହି ନିୟମରେ ପରିବର୍ତ୍ତନ ଆଣି ସରକାର ନୂଆ ନିୟମ ଉପରେ ବିଚାର କରୁଥିଲେ। ଏଥିପାଇଁ ଲୋକଙ୍କୁ ଠାରୁ ୩୦ ଭିତରେ ଉତ୍ତର ମଗାଯାଇଥିଲା। ତେବେ ନୂଆ ନିୟମକୁ ବିରୋଧ କରାଯିବା ପରେ ଓ ମିଡିଆରେ ଏହାର ସମାଲୋଚନା ହେବା ପରେ ନିୟମକୁ ତୁରନ୍ତ ହଟାଇ ଦିଆଯାଇଛି ବୋଲି କର୍ଣ୍ଣାଟକ ଅବକାରୀ ବିଭାଗ କହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.