ଇସ୍ରୋର ମିଶନ ସୂର୍ଯ୍ୟ, ଜାଣନ୍ତୁ ସ୍ପେସକ୍ରାଫ୍ଟ ଆଦିତ୍ୟ ଏଲ୍-୧ ବାବଦରେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଗାମୀ ଜୁନ୍-ଜୁଲାଇରେ ସ୍ପେସକ୍ରାଫ୍ଟ ଆଦିତ୍ୟ-ଏଲ୍୧କୁ ପଠାଇବ । ଇସ୍ରୋକୁ ମିଶନ ଲାଗି ପେଲୋଡ ଭିଜିବଲ ଲାଇନ୍ ଏମିସନ୍ କରୋନାଗ୍ରାଫ (VELC) ମିଳିଛି । ସୂର୍ଯ୍ଯଯାନ ଲାଗି VELC ହେଉଛି ସବୁଠୁ ଆବଶ୍ୟକ ପେଲୋଡ । ଇସ୍ରୋର ସୂର୍ଯ୍ୟୟାନ ଆଦିତ୍ୟ-ଏଲ୍୧ରେ ସାତଟି ପେଲୋଡ୍ସ ରହିଛି । ଇସ୍ରୋ ୬ଟି ପେଲୋଡ୍ସ ତିଆରି କରିଥିବା ବେଳେ ଆଉ ଗୋଟିଏ ପ୍ରସ୍ତୁତ କରିଛି ଅନ୍ୟ ସଂସ୍ଥା । ଆଦିତ୍ୟ ଏଲ୍-୧ ସ୍ପେସକ୍ରାଫ୍ଟ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଏଲ୍-୧ ଅର୍ବିଟରେ ରହିବ ।ଲେରିଜିୟନ୍ ପଏଣ୍ଟ ହେଉଛି ଅନ୍ତରୀକ୍ଷରେ ପାର୍କିଂ ସ୍ଥାନ । ଯେଉଁଠି ଉପଗ୍ରହ ଛଡ଼ା ଯାଏ । ଅର୍ଥାତ ଭାରତର ସୂର୍ଯ୍ୟଯାନ ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିଲୋମିଟର ଦୂରରେ ମୁତୟନ ହେବ । ଆଉ ସେଇଠୁ ଆଦିତ୍ୟ ଏଲ୍-୧ ସୂର୍ଯ୍ୟଙ୍କ ବିଷୟରେ ଅଧ୍ୟୟନ କରିବ । ଶୀଘ୍ର ହିଁ VELCରେ ଅନ୍ୟ ପେଲୋଡ୍ସ ଓ ସାଟେଲାଇଟକୁ ସଂଯୋଗ କରାଯିବ । ଏହା ପରେ ଏକ ଟେଷ୍ଟିଂ କରାଯିବ । ପରେ ଏହାକୁ PSLV ରକେଟରେ ଉତକ୍ଷେପଣ କରାଯିବ । ଏଥିରେ ସୂର୍ଯ୍ୟର ହାଇ କ୍ୱାଲିଟି ଫଟୋ ଉଠାଇବା ଲାଗି ଉଚ୍ଚଧରଣର କ୍ୟାମେରା ଖଞ୍ଜାଯିବ । ଭାରତ ପ୍ରଥମଥର ପାଇଁ ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ । ଏହା ପୂର୍ବରୁ ଆମେରିକା, ଜର୍ମାନୀ, ୟୁରୋପିଆନ୍ ସ୍ପେସ ଏଜେନ୍ସି ପ୍ରାୟ ୨୨ଟି ମିଶନ କରିଥିବା ବେଳେ ଗୋଟିଏ ମିଶନ ବିଫଳ ହୋଇଛି । ଗୋଟିଏ ମିଶନ ଆଂଶିକ ସଫଳ ହୋଇଛି । ସବୁଠୁ ଅଧିକ ମିଶନ ଆମେରିକା ପକ୍ଷରୁ ହୋଇଥିବା ବେଳେ ପ୍ରଥମ ମିଶନ ୧୯୬୦ରେ ପଠାଇଥିଲା ନାସା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.