ସରିଆଁରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ସମାରୋହ-୨୦୨୩ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ସରିଆଁ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ଉକ୍ତ କ୍ରୀଡ଼ା ଉତ୍ସବରେ  ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦାନ କରି କ୍ରୀଡ଼  ସମାରୋହର ଉଦ୍ଘାଟନ କରିଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଫୂଟବଲ ପ୍ରତିଯୋଗିତା ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ମ୍ୟାଚ ସରିଆଁ ଏବଂ ଲାଖପଦର ମଧ୍ୟରେ ଅନୁଷ୍ଠିତ ହୋଇ ଶୁଭାରମ୍ଭ ହୋଇଥିଲା। ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଭବାନୀପାଟଣା ବ୍ଲକର କଣ୍ଟାବାଞ୍ଜି ଏବଂ ମ ରାମପୁର ବ୍ଲକର ଡ଼ଙ୍ଗାପଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡ଼ଙ୍ଗାପଟା ଦଳ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜି ଦଳ ଉପବିଜେତା ହୋଇଥିଲେ। ବେଷ୍ଟ ଗୋଲକିପର ଭାବେ ସରିଆଁର ଲାଲା ଶବର ଏବଂ ବେଷ୍ଟ ପ୍ଲେୟର ଭାବେ ଡ଼ଙ୍ଗାପଟାର ପବିତ୍ର ମାଝୀ ପୁରସ୍କୃତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ  ନର୍ଲା ଜୋନ୍ ୨ ଜିଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବୈଦ୍ୟ ସଦାନନ୍ଦ ପୁଟେଲ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ସମିତି ସଭ୍ୟ ଭାସ୍କର ଭୋଇ ପ୍ରମୁଖ ଉପସ୍ଥିତି ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଟିମ ତଥା ଉପବିଜେତା ଟିମକୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା।

ସନ୍ତୋଷ କୁମାର ନାୟକ, ସୁରେଶ ନାୟକ, ସୁଧିର ରାଉତ, ସରୋଜ ପ୍ରଧାନ, ନାରାୟଣ ନାୟକ ତ୍ରିଲୋଚନ ଗୌଡ଼ିଆ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ। ପରିଶେଷରେ ବୈଦ୍ୟ ସଦାନନ୍ଦ ପୁଟେଲଙ୍କୁ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କ୍ରୀଡା ଉତ୍ସବରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଉପଦେଷ୍ଟା ଜଗୁଲାଲ ଭୋଇ, ବଳଭଦ୍ର ସାହୁ, ନିର୍ମଳ ଚନ୍ଦ୍ର ଭୋଇ, ଶରତ ଚନ୍ଦ୍ର ଭୋଇ, ବିଜୟ କୁମାର ଭୋଇ, ପ୍ରମୋଦ ଚନ୍ଦ୍ର ଭୋଇ, ଉମାକାନ୍ତ ଭୋଇ, ସ୍ଵାଧୀନ କୁମାର ଭୋଇଙ୍କ ସମେତ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ସୁକଦେବ ସାହୁ ଓ ଉକ୍ତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ବେଚ୍ଛାସେବୀ ନବୀନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.