ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରଏନଗୁଡା ଠାରେ ବାର୍ଷିକ କ୍ରୀଡା ଉତ୍ସବର ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ସାହୁ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ଭାବରେ ପ୍ରଶାନ୍ତ କୁମାର ସାହୁ, ସମ୍ମାନିତ ଅତିଥି ବିନୋଦ କୁମାର ସିଂ, ଶିକ୍ଷକ ଉପେନ୍ଦ୍ର ରାଉତ, ଉଦୟ ଚନ୍ଦ୍ର ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ହେଇଥିଲେ । ଅନ୍ୟତମ ଅତିଥି ଭାବେ ରଘୁନାଥ ନାଏକ ଡମ୍ବରୁଧର ମାଝି ବେଣୁଧର ଦାସ, ଦୟାନିଧି ଭାଟି, ଦେବୀ ଚନ୍ଦ୍ର ନାଏକ, ରାଏମତି ନାଏକ ପ୍ରମୁଖ ଯୋଗଦେଇ ଥିଲେ । ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ଶହେ ଓ ଦୁଇ ଶହ ମିଟର ଦୈାଡ, ସ୍ଳୋ ସାଇକେଲ, ଲମ୍ବଡିଆଁ, ଉଚ୍ଚଡିଆଁ, ସର୍ଟପୁଟ୍, ଡିସକସ ଥ୍ରୋ, ପଟାଟୋ ରେସ, ମ୍ୟୁଜିକ ଚେୟାର ଆଦି ଖେଳ କୁଦରେ କୃତ୍ତିତ୍ବ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚ କୁ ଶିକ୍ଷକ ଲକ୍ଷ୍ମୀଧର ସେନାପତି ପରିଚାଳନା କରିଥିବାବେଳେ, କପିଲେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲ କର୍ମୀଚାରୀ ଭରତ ବେମାଲ, ନିଲାମ୍ବର ଶବର, ଶତୃଘନ ପୁଝାରୀ ସମେତ ନିଲାମ୍ବର ପୁଝାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.