ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ସଭା କକ୍ଷରେ ନବମ ତଥା ଚଳିତ ମାସର ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ପ୍ରଶନ୍ସ କୁମାର ଗନ୍ତାୟତ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ନବରଙ୍ଗପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡା.ରାଧାନାଥ ବେହେରା ଯୋଗ ଦେଇ ସମାଜରେ ଛାତ୍ରଛାତ୍ରୀମାନଙ୍କର ସୁନ୍ଦର ଜୀବନ ଶୈଳୀର ଆବଶ୍ୟକତା ସଂପର୍କରେ ଉଦବୋଧନ ଦେଇଥିଲେ । ବେଦ,ଉପନିସଦ ଠାରୁ ଆରମ୍ଭ କରି ଆଜିର ବଜାରଭିତିକ ଅର୍ଥନୀତିରେ ଛାତ୍ରଛାତ୍ରୀମାନଙ୍କ ଉପଯୋଗୀ ତଥ୍ୟ ଗୁଡିକ ସୁନନ୍ଦର ଗଳ୍ପ ଓ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଅର୍ଥନୀତି ବିଭାଗ ମୁଖ୍ୟ ଡା.ବବିଲତା ସ୍ରଫ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅର୍ଥନୀତି ବିଭାଗର ଅଧ୍ୟାପକ ପି.ବିନୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.