ତିଳଯୋଡି ଠାରେ ନେହରୁ ଯୁବକେନ୍ଦ୍ର ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦୂତିଆ ବନଛୋରଙ୍କ ତତ୍ୱାବଧାନରେ ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ପକ୍ଷରୁ ଆଜି ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳିତ ହୋଇ ଯାଇଛି l ଏଥିରେ ଅତିଥି ଭାବରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ଶିକ୍ଷକ ଭୁବନ ହରି ପ୍ରଧାନ, ଯୁବକ ସାଥି ଜୁଲି ଯୋଶୀ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଫୋଟରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ପରେ ୨ମିନିଟ ନିରବ ପ୍ରାଥନା କରିଥିଲେ l ମହାତ୍ମା ଗାନ୍ଧୀଙ୍କ ବଳିଦାନ ସବୁଦିନ ପାଇଁ ଅମର ରହିବ l ଆଜିର ଯୁବକ ମାନେ ଗାନ୍ଧୀଙ୍କୁ ଆଦର୍ଶ ମାନିବା ଜରୁରୀ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ପରେ କ୍ଲବର ଯୁବକ ଯୁବତୀ ଓ ଅତିଥି ମାନେ କେଣ୍ଡଳ ମାର୍ଚ୍ଚ କରିଥିଲେ l ସମସ୍ତେ କେଣ୍ଡେଲ ଧରି ଗାଁ ପରିକ୍ରମା କରିଥିଲେ l ଆଜିର ସଭାକୁ ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ପରିଚାଳନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.