ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାହୁଲ ଗାନ୍ଧୀ ଗତ ପ୍ରାୟ ୫ ମାସରୁ ଉର୍ଦ୍ଧ୍ବ ହେଲା ତାଙ୍କ ଭାରତ ଯୋଡ କାର୍ଯ୍ୟକ୍ରମ କରି ପଦ ଯାତ୍ରା ଆରମ୍ଭ କରିଥିଲେ l ଏହି ପଦ ଯାତ୍ରା କନ୍ୟାକୁମାରୀ ଠାରୁ ଆରମ୍ଭ କରି ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ କାଶ୍ମୀରରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସମାପନ କରିଛନ୍ତି l ଏହି ଅବସରରେ କଂଗ୍ରେସ ଦଳ ଆଜି ତ୍ରିରଙ୍ଗା ପତାକା ଉଡ଼ାଇ ଭାରତ ଯୋଡ ଯାତ୍ରାର ସମାପନ କରିଛି l  ମ.ରାମପୁର ବ୍ଲକ କଂଗ୍ରେସ ତରଫରୁ ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ନେତୃତ୍ୱରେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦେଇ ତିରୋଧାନ ଦିବସ ପାଳନ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରି ଭାରତ ଯୋଡ ପଦ ଯାତ୍ରା ର ସମାପନ ଉତ୍ସବ ପାଳନ କରିଛି l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ଚମରା ବଗର୍ତ୍ତୀ, ପ୍ରକାଶ ମାଝୀ, ପ୍ରଭାକର ନାଗ, ରଶ୍ମିରଞ୍ଜନ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.