• ନର୍ଲା ସତସଙ୍ଘ କେନ୍ଦ୍ରର ସାମ୍ବାଦିକ ସମ୍ମିଳନୀ
• ଜନ୍ମ ବାର୍ଷିକୀ ଓ ପ୍ରତିଷ୍ଠା ଦିବସ ମହୋତ୍ସବ ବିଷୟରେ ସୂଚନା ଦେଲେ ପଦାଧିକାରୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସତସଙ୍ଗ ବିହାରରେ ଫେବୃଆରୀ ୮ ତାରିଖ ବୁଧବାର ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ବାର୍ଷିକୀ ଓ ନର୍ଲା ସତସଙ୍ଗ କେନ୍ଦ୍ରର ୧୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କାଯ୍ୟସୂଚୀ ଓ ଆଭିମୁଖ୍ୟ ପ୍ରତିପାଦନ କରିଛନ୍ତି ସତସଙ୍ଗୀ ପଦାଧିକାରୀ ନେତୃବୃନ୍ଦ । ନର୍ଲା ବ୍ଲକ ଅଂଚଳରେ ରହିଥିବା ୫୦,୦୦୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଶ୍ରଦ୍ଧାଳୁ ଭକ୍ତଙ୍କୁ ଏହି ମହାର୍ଘ କାର୍ଯ୍ୟକ୍ରମରେ ସାମିଲ ହୋଇ ଠାକୁରଙ୍କ ଆଶିଷ ଲାଭ କରିବା ପାଇଁ ଆଗ୍ରହ ମଧ୍ୟ କରିଛନ୍ତି । କାର୍ଯ୍ୟକ୍ରମ ବ୍ରାହ୍ମ ମୂହୁର୍ତ୍ତ ଓ ଉଷା ସମୟରୁ ଉଷା ସଂକୀର୍ତ୍ତନ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଣ୍ଟା ସମୟରେ ସନ୍ଧ୍ୟା ପ୍ରାର୍ଥନାରେ ସମାପନ ହେବ । ଏନେଇ ପରିଚାଳନା କତ୍ତୃପକ୍ଷ ବ୍ୟାପକ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆସନ୍ତା କାଲି ୫୦୦୦ ଭକ୍ତ ନର୍ଲା ସତସଙ୍ଗ ବିହାର ଉତ୍ସବ ସ୍ଥଳୀରେ ସମାଗମ ହେବାର ଆଶା ରଖି ସେହିଭଳି ବ୍ୟବସ୍ଥାରେ ରହିଛନ୍ତି ଆୟୋଜକ । ଏଥିରେ ସାମୁହିକ ନଗର ପରିକ୍ରମା, ଭାଜନାଞ୍ଜଳୀ, ଛାତ୍ରଛାତ୍ରୀଙ୍କୁ ନେଇ ସଂଗୀତ ପ୍ରତିଯୋଗୀତା ଭଳି କାର୍ଯ୍ୟକ୍ରମ ଓ ସାମୁହିକ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିବା ମଧ୍ୟ ଅଧୁର୍ଯ୍ୟ ଶ୍ରୀ ଜେନା ସୂଚନା ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀ ନର୍ଲା ସତସଙ୍ଗ ବିହାରର ସଭାପତି ବଟକୃଷ୍ଣ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧୁର୍ଯ୍ୟ କର୍ମୀ ଅଧ୍ୟାପକ ସରୋଜ ଜେନା, ଯାଜକ କର୍ମୀ ହୃଷିକେଶ ଭୋଇ, ଚିତ୍ତରଞ୍ଜନ ପଟ୍ଟନାୟକ, ଉପ ସଭାପତି ଶ୍ୱେତ ନାଏକ, କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରହିଥିବା ଡ଼ ଶାନ୍ତନୁ ମଜୁମଦାର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବାସହ କାର୍ଯ୍ୟକ୍ରମ ଏହି ମହାର୍ଘ କାର୍ଯ୍ୟକ୍ରମ କିଭଳି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ଅଞ୍ଚଳ ବାସୀଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ । ଶେଷରେ ଅଧୁର୍ଯ୍ୟ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।