ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକଙ୍କ ଜନ୍ମ ଦିନ ଉପଲକ୍ଷେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜେପୁର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକଙ୍କ ଜନ୍ମ ଦିନ ଉପଲକ୍ଷେ ‘ସମ୍ବାଦ-ଆମ ଓଡିଶା’ ଓ ମା’ କନକ ଦୁର୍ଗା ସାଂସ୍କୃତିକ ଅନୁଷ୍ଠାନ ବିଜେପୁର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ପୂର୍ଣ୍ଣଚନ୍ଦ୍ର ମାଝୀ, ବିଶ୍ୱେଶ୍ୱରୀ ନାଏକ, ବିର୍ଷା ହରିଜନ, ଦୁର୍ଗା ପ୍ରସାଦ ମାଝୀ, ବିଷ୍ଣୁ ଛାତ୍ରୀଆ, ପ୍ରଫୁଲ୍ଲ କୁମାର ନାଗ, ନୀଳକଣ୍ଠ ଦୁର୍ଗା, ରାଜେଶ କୁମାର ନାଏକ, ପ୍ରକାଶ ନାଏକ, ଲୋଚନ ମାଝୀ, ଶତ୍ରୁଘ୍ନ ହରିଜନ, ନୀଳମାଧବ ଦୋରା, ଇନ୍ଦ୍ର ମାଝୀ, ରାଜ କିଶୋର ନାଗ, ଲବ ନାଏକ, ବାଲିସେନ ବିଭାର, ଚତୃଭୂଜ ନାଏକ, ଜୟରାମ ନାଏକ, ପ୍ରଧାନ ମାଝୀ, ରାଇସିଙ୍ଗ ମାଝୀ, ନରସିଂହ ମାଝୀ, ବିଚିତ୍ର ସେଠ,ତାଣ୍ଡି ନାଏକ, ଅଭୟ ନାଏକ, ଭିକ ନାଏକ, ଅର୍ଜୁନ ନାଏକ, ବରୁଣ ନାଏକ, ଜୟଶଙ୍କର ନାଏକ, ରଞ୍ଜିତ ନାଏକ, ବାସୁଦେବ ବିଭାର ପ୍ରମୁଖ ୩୧ ଜଣ ରକ୍ତଦାନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଯୋଗ ଦେଇଥିବା ବେଳେ ବିଜେପୁର ପୁର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଳକ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ବ୍ଳକ ଯୁବ ଉପ ସଭାପତି ମୁକେଶ ବେହେରା, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ସମାଜସେବୀ ବୈଦ୍ୟନାଥ ନାଏକ, ବିଜେପୁର ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି, ବିଜେପୁର ସମିତି ସଭ୍ୟା ପ୍ରତିନିଧି ଇନ୍ଦ୍ର ମାଝୀ, ହରେକୃଷ୍ଣ ନାଏକ ପ୍ରମୁଖ ସାମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ।

‘ସମ୍ବାଦ-ଆମ ଓଡ଼ିଶା’ ଲାଞ୍ଜିଗଡ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼ଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ମନୀଷ ମିଶ୍ର, ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ତୁଳସୀ ରାମ ପ୍ରଧାନ, ଦେବାନନ୍ଦ ମାଝୀ, ମଳୟ ବେନୁଆ, ଶୁଶାନ୍ତ ମାଝୀ, ଦିଲ୍ଲୀପ ହରିଜନ, ପୂର୍ଣ୍ଣ ମାଝୀ, ଟିକା ମାଝୀ, ଇନ୍ଦ୍ର ମାଝୀ, ବରୁଣ ନାଏକ, ଅର୍ଜୁନ ନାଏକ, ଅଭୟ ନାଏକ, ଓ ବିଜେପୁର ମା’ କନକ ଦୁର୍ଗା ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ଭବାନୀପାଟଣା ରକ୍ତ ଭଣ୍ଡାରରୁ ଜୁନିୟର ଟେକ୍ନିସେନ ଅଜିତ କୁମାର ନାଏକ, ସଞ୍ଜୀବ ମହାଖୁଡ, ଗିରିଷ କୁମାର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.