ବିଭିନ୍ନ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ; ମହାରାଷ୍ଟ୍ର ଛାଡିଲେ କୋଶିୟାରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଭଗତ ସିଂହ କୋଶିୟାରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। କୋଶିୟାରୀଙ୍କ ସ୍ଥାନରେ ରମେଶ ବେସଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଗତ ଜାନୁଆରୀ ମାସରେ ଛତ୍ରପତି ଶିବାଜୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ କୋଶିୟାରୀ। ଏହାକୁ ନେଇ ବିବାଦ ଦେଖାଦେବାରୁ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ବାକି ସମୟରେ ପଢ଼ାପଢ଼ି ଓ ଲେଖାଲେଖିରେ ବିତାଇବେ ବୋଲି କୋଶିୟାରୀ କହିଥିଲେ। ତେବେ କୋଶିୟାରୀଙ୍କ ବ୍ୟତୀତ ରାଷ୍ଟ୍ରପତି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ରାଧା କୃଷ୍ଣ ମାଥୁରଙ୍କ ଇସ୍ତଫା ବି ଗ୍ରହଣ କରିଛନ୍ତି। ଏନେଇ ରାଷ୍ଟ୍ରପିତ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କିଛି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ମୁର୍ମୁ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର, ଆସାମ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଦି ରହିଛି।

Omkar Vasthu
Omkar Vasthu

କେଉଁ ରାଜ୍ୟରେ କିଏ ରାଜ୍ୟପାଳ ନିଯୁକ୍ତ ହେଲେ ଜାଣନ୍ତୁ ପୂରା ତାଲିକା

Pearl dental clinic
Near Ashish Medical Store, Bhawanipatna

୧. ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକ- ଅରୁଣାଚଳ ପ୍ରଦେଶ
୨. ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ- ସିକ୍କିମ
୩. ସିପି ରାଧାକୃଷ୍ଣନ- ଝାଡ଼ଖଣ୍ଡ
୪. ଶିବ ପ୍ରତାପ ସୁକ୍ଳା- ହିମାଚଳ ପ୍ରଦେଶ
୫. ଗୁଲାବ ଚନ୍ଦ କଟାରିଆ – ଆସାମ
୬.ଅବସର ପ୍ରାପ୍ତ ଜଷ୍ଟିସ୍ ଏ୍‌ ଅବଦୁଲ ନଜୀର- ଆନ୍ଧ୍ରପ୍ରଦେଶ
୭. ବିଶ୍ୱଭୂଷଣ ହରିଚନ୍ଦନ-ଛତିଶଗଡ଼
୮. ସୁଶ୍ରୀ ଅନୁସୁଇୟା ଉଇକେ- ମଣିପୁର
୯. ଏଲ୍‌.ଏ ଗଣେଶନ- ନାଗାଲାଣ୍ଡ
୧୦ ଫଗୁ ଚୌହ୍ୱାନ- ମେଘାଳୟ
୧୧. ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର- ବିହାର
୧୨. ରମେଶ ବେସ-ମହାରାଷ୍ଟ୍ର
୧୩. ଅବସର ପ୍ରାପ୍ତ ବ୍ରିଗେଡିୟର ଡ. ବିଜି ମିଶ୍ର- ଲଦାଖ ଉପରାଜ୍ୟପାଳ

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.