ଏମିତି ବି ଆସେ ମୃତ୍ୟୁ, ଲିଫ୍ଟରେ ଚାପି ହୋଇ ଖଣ୍ଡ ଖଣ୍ଡ ହୋଇଗଲେ ବାଳକ

ମୃତ୍ୟୁ କେଉଁଠି କେମିତି କେତେବଳେ ଆସୁଥାଏ, ତାହା କେହି କହିପାରିବେ ନାହିଁ। କେତେବେଳେ ଯେ କାଳ କାହାକୁ କେମିତି କୋଳେଇ ନେବ ତାହା କାହାରିକୁ ଜଣା ନଥାଏ। ଠିକ୍ ଏମିତି ଅଚାନକ ଭାବେ ମୃତ୍ୟୁ କୋଳେଇ ନେଇଛି ଜଣେ ୧୫ ବର୍ଷୀୟ ବାଳକକୁ। ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଯିବାରୁ ବାଳକ ଜଣକ ଲିଫ୍ଟରେ ଚାପି ହୋଇ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି। ଏମିତି ଅଘଟଣ ଘଟିଛି ଦିଲ୍ଲୀର ବୱାନ ଶିଳ୍ପାଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ । ମୃତ ବାଳକର ନାଁ ଆଲୋକ। ତାଙ୍କ ମା’ ଏୟାର କୁଲର୍‌ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ନାବାଳକ ଜଣକ ଲିଫ୍ଟ ନିକଟରେ କାମ କରୁଥିଲେ। ହେଲେ ଏହି ସମୟରେ ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ଲିଫ୍ଟରେ ଚାପି ହୋଇଯାଇଥିଲେ। ଏହାପରେ ସେ ଲିଫ୍ଟରେ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଲିଫ୍ଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଫ୍ୟାକ୍ଟ୍ରିରେ ଥିବା ଏହି ଲିଫ୍ଟରେ ଭାରୀ ଜିନିଷ ସବୁ ନିଆଯାଇଥାଏ। ଲିଫ୍ଟରେ ଚାପି ହୋଇଯିବା ଯୋଗୁଁ ଆଲୋକଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବାବେଳେ ତାଙ୍କୁ ବିଦ୍ୟୁତ୍‌ ଆଘାତ ମଧ୍ୟ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି।  ଆଲୋକଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରିରର ଜଣେ କର୍ମଚାରୀ ତାଙ୍କ ପୁଅକୁ ଠେଲି ଦେଇଛନ୍ତି। ନ୍ୟାୟ ଦାବିରେ ଆଲୋକଙ୍କ ପରିବାର ଲୋକ ଫ୍ୟାକ୍ଟ୍ରି ସାମ୍ନାରେ ଧାରଣା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.