ଇଂଙ୍କ ଫେଷ୍ଟ ତରଫରୁ ବିଶ୍ୱ ପୁସ୍ତକ ଦିବସ ପାଳିତ

ସୋନପୁର,୨୪/୪ : ସୁବର୍ଣ୍ଣପୁର ଠାରେ ଇଂଙ୍କ ଫେଷ୍ଟ ଆନୂକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଟ ସଭ୍ୟ ଗୈାରୀ ଶ୍ୟାମ ପଣ୍ଡା ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଲ ମଧୁସୁଦନ ମିଶ୍ର ଯୋଗଦେଇ ପୁସ୍ତକ ପଠନ  ଅଭ୍ୟାସର ଗୁରୁତ୍ୱ ବିଷୟରେ ଆଳୋଚନା କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଲ ଶରତ ଚନ୍ଦ୍ର ପଣ୍ଡା ପୁସ୍ତକ କିପରି ଜିବନକୁ ସମୃଦ୍ଦ କରି ତୋଲେ ପ୍ରକାଶ କରିଥିଲେ । ଛାତ୍ରୀ ମନିଷା ଥନାପତି ଓ ଶିକ୍ଷାବିତ ଦେବାଶିଶ ପାଣ୍ଡିଆ ପୁସ୍ତକ କିପରୀ ଆମ ଜିବନରେ ପ୍ରଭାବ ପକାଉଛି ତାହା ବର୍ଣ୍ଣନା କରୀଥିଲେ । ଏହି ଅବସରରେ ଶଶାଙ୍କ ଶେଖର ସିଂଦେଓ ଉପସ୍ଥିତ ଥିବା ବେଲେ ସହ ବଲଦାପାଲି ଗ୍ରମବାସି ଙ୍କ ତରଫରୁ ରାଜେନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରୀଥିବା ବେଲେ ସମ୍ପାଦକ ଅମ୍ବୁଜ ବିହାରୀ ଶତପଥି ସଭା ପରିଚାଳଣା କରିଥିଲେ । ଏହି କାଯ୍ୟକ୍ରମରେ ଇଂଙ୍କ ଫେଷ୍ଟ ସଦସ୍ୟ ବେଣୁଧର ପଧାନ ,  ରଜିବ ନାୟକ, ଆଶିଷ ମିଶ୍ର, ଦେବକୀ ନନ୍ଦନ ମିଶ୍ର, କ୍ଷୀରେଦ ବିଶ୍ୱାଳ, ପ୍ରଭୂଦତ୍ତ ରଥ, ପ୍ରଦୀପ ପୂରୋହିତ, ସୈାରଭ ଖମାରୀ, ତଥା ସଭାପତି ସ୍ୱାଧୀନ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.