ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ: ମ.ରାମପୁରରେ ଶୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗତକାଲି ବୁର୍ଲା ନିକଟସ୍ଥ ପାୱାର ଚେନାଲରେ ଡ଼େଇଁ ପଡ଼ି ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମ ହତ୍ୟା କରିଥିବାବେଳେ ତାକୁ ନେଇ
କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାପା ଡ଼ାକ୍ତର ବନମାଳୀ ସାହୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଥିବାବେଳେ
ଗତ ତିରିଶ ବର୍ଷ ଧରି ମ.ରାମପୁର ଅଂଚଳରେ ରହିଆସିଛନ୍ତି । ଏହି ଘଟଣା ପ୍ରଚାରିତ ହେବାପରେ ମ.ରାମପୁରରେ ଥିବା ଚିନ୍ମୟୀଙ୍କ ସହପାଠୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଚିନ୍ମୟୀ ଜଣେ ମେଳାପୀ ଓ ମେଧାବୀ ଛାତ୍ରୀ ଥିବାରୁ ସମସ୍ତଙ୍କ ମହଲରେ ବେଶ୍ ପରିଚିତ ଥିଲେ । ତାଙ୍କରି ଏଭଳି ଅକାଳ ବିୟୋଗକୁ ପରିବାର ବର୍ଗ ସହଜରେ ଗ୍ରହଣକରିପାରୁ ନଥିବାବେଳେ ମ.ରାମପୁର ସହରରେ ଶୋକର ଛାୟା ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.