• ସାମ୍ମୁଖ୍ୟର ବିଭିନ୍ନ ଦାବି ପୂରଣ ନ ହେଲେ ରାଜରାସ୍ତାରେ ହେବ ବିକ୍ଷୋଭ
• କୋରାପୁଟ ନୂତନ ଜୋନ୍ ଗଠିତ ସହ ଜୋନାଲ କମିଟି’ର ହେଲା ଘୋଷଣା
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ରାଜ୍ୟ ସଭାନେତ୍ରୀ ନନ୍ଦନୀ ପଣ୍ଡା ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଳାକୁ ୪ଦିନିଆ ଗସ୍ତରେ ଆସି ସାମ୍ମୁଖ୍ୟର ବିଭିନ୍ନ ବୈଠକରେ ଯୋଗ ଦେଇ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ ମନୋବଳକୁ ଉତ୍ସାହିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋରାପୁଟ ସହରର ବିଜୁ ପଟ୍ଟନାୟକ ପାଠାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ମୁଖ୍ୟର ବୈଠକରେ ସର୍ବସମ୍ମତିକ୍ରମେ ୪ଟି ଜିଲ୍ଳା, ୪୨ଟି ବ୍ଳକ, ୧୦ଟି ଏନଏସି ଏବଂ ପୈାରାଂଚଳକୁ ନେଇ ଗଠିତ ନୂତନ କୋରାପୁଟ ଜୋନ୍’ର ନବ ନିର୍ବାଚିତ ଜୋନାଲ କମିଟିକୁ ଘୋଷଣା କରିଥିଲେ। ଏହି ଜୋନାଲ କମିଟିର ସଭାପତି ରୂପେ ନିରଂଜନ ପାତ୍ର ଓ ସଂପାଦକ ରୂପେ କୋରାପୁଟ ଜିଲ୍ଳାର ସଭାପତି ବାଲା ରାଏଙ୍କୁ ମନୋନୀତ କରାଯାଇଥିବା ବେଳେ ଜୋନାଲ୍ ସଂଯୋଜିକା ଭାବେ ଝୁନୁ ମହାନ୍ତି, ଉପସଭାପତି ପଙ୍କଜ ପାତ୍ର, ରେଣୁବାଳା ଶତ୍ରୁ ଶଲ୍ୟ, ଦହନା କୁଲୁକୁର, କଲ୍ୟାଣି ସାହୁଙ୍କୁ ମନୋନୀତ କରାଯାଇଛି। ସେହିପରି ସହ ସଂପାଦକ ଭାବେ ସୁନ୍ଦର ମୋହନ ପାଣି, ସନ୍ଧ୍ୟାରାଣୀ ବାରିକ, ଜି. ଜ୍ୟୋତିର୍ମୟି, ଯୁଗ୍ମ ସଂଯୋଜକ ଭାବେ ପୁରେନ୍ଦ୍ର ବାରିକ, ଜ୍ୟୋତିର୍ମୟ ଖୋସଲା, ଜୋନାଲ ଆଇଟି ସେଲ୍ ମୁଖ୍ୟ ଭାବେ ମମତା ବେହେରା, ଯୁଗ୍ମ ଆଇଟି ସେଲ୍ ମୁଖ୍ୟ ଭାବେ ରାଜିମ୍ ମୁସ୍କା, ସଭ୍ୟା ଗୀତା ସାନ୍ତାରାଏ, ସୁକ୍ତାନ୍ତି ପିର୍ବାକା, କଳ୍ପନା ମିଶ୍ର, ମମତା ହାରକା, କିଶୋରୀ ଖରା, ସୈାଦାମିନୀ ସୁତାର, ସବିତା ସାହୁ, ସକୁନ୍ତଳା କୁମୁରିକା, ସୁକାନ୍ତି ହେପ୍ରିକା, ମୀନତି ଗରଡା, ନିରୁପମା ସାମଲ ପ୍ରମୁଖ ମନୋନୀତ ହୋଇଥିଲେ। ବୈଠକରେ ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ସହ ଏସଏନପି’ର ମୂଲ୍ୟବୃଦ୍ଧି କରିବା, ମିନି ଅଙ୍ଗନବାଡି କର୍ମୀଙ୍କ ସମସ୍ୟା ତଥା ନୂଆ ଶିକ୍ଷାନୀତି ପଲିସିର ସମସ୍ୟା ହେଉ ତାହା କିଭଳି ଭାବେ କେନ୍ଦ୍ର ସରକାରଙ୍କ ସହ କଥାବାର୍ତା ହୋଇ ସ୍ପଷ୍ଟିକରଣ ଦାବି କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀମତି ପଣ୍ଡା ପ୍ରକାଶ କରିଥିଲେ। ସେହିପରି ଅଙ୍ଗନବାଡି କର୍ମୀଙ୍କୁ କିଭଳି ସ୍କିଲ୍ ୱାର୍କର ହିସାବରେ ଘୋଷଣା କରି ମାସିକ ୧୮ହଜାର ଟଙ୍କା ଦରମା ଲାଗୁ କରିବେ ଓ ତତ୍ସହିତ ବର୍ତମାନର ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କର୍ମୀଟିଏ କିପରି ଚଳିପାରିବ ସେ ନେଇ କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସାମ୍ମୁଖ୍ୟ ତରଫରୁ ଦାବି କରାଯାଇଛି ଏବଂ ଦାବି ପୂରଣ ଦିଗରେ ଉଭୟ ସରକାର ଅଣଦେଖା କଲେ ଆଗାମୀ ଦିନରେ ଏକ ବଡ ଧରଣର ସମାବେଶ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତି ପଣ୍ଡା ପ୍ରକାଶ କରିଛନ୍ତି।