ବାଇକ ଓ ଇକୋ ଗାଡି ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଆହତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବାଞ୍ଜାମୁଣ୍ଡା ଠାରେ ଏକ ବାଇକ ଓ ଇକୋ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ମ.ରାମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଜିଲ୍ଲା କୁଦୋପାଲି ଗାଁର ଛୁଟା ବରିହା। ଛୁଟା ଓ ତାଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ମୋହନଗିରୀ ଅଞ୍ଚଳର ମଙ୍ଗଳୁ ବରିହା ଓ ଆନନ୍ଦ ବରିହା ବାଇକ୍ ନଂ ଓଡି ୦୩ବି ୫୭୩୬ ଯୋଗେ ଏକ ଭୋଜି ଖାଇ ମୋହନଗିରି ଫେରିବା ସମୟରେ ସାମନା ପଟୁ ଇକୋ ଗାଡି ନଂ ଓଡି ୦୮କିୟୁ୮୯୯୬ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଛୁଟାଙ୍କ ମୃତ୍ୟୁ ହୋଇଥିଲା। ଇକୋ ଗାଡି ଡ୍ରାଇଭର କୁଆଡେ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଲାଉଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ମିଳିଛି। ଘଟଣା ସ୍ଥଳରେ ମ.ରାମପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏନେଇ ମ.ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.