ଲାଞ୍ଜିଗଡ଼ରେ ଲଜ୍ଜା: ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିଜ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଏଭଳି ଲଜ୍ଜାକର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ। ଅଭିଯୁକ୍ତ ୫ ମାସ ତଳେ ସ୍ତ୍ରୀ ଓ ଝିଅକୁ ନେଇ କେରଳ କାମ କରିବାକୁ ଯାଇଥିଲା। ସେଠାରେ ଏକ ମାସ ରହିବା ପରେ ଝିଅକୁ ଦୁଷ୍କର୍ମ କରିବା କଥା ପତ୍ନୀ ଜାଣିପାରି ଘରକୁ ଚାଲି ଆସିଥିଲେ।ହେଲେ ଏକଥା କାହା ଆଗରେ ପ୍ରକାଶ କରିନଥିଲେ। ଗତ ୭ ଦିନ ତଳେ ଅଭିଯୁକ୍ତ କେରଳରୁ ଫେରି ଘରକୁ ଆସି ପୁଣି ଝିଅକୁ ଦୁଷ୍କର୍ମ କରିଥିଲା। ଏନେଇ ସଂପୃକ୍ତ ନାବାଳିକା ଝିଅ ଜଣକ ଲାଞ୍ଜିଗଡ଼ ଥାନାରେ ଗୁରୁବାର ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲା। ଉଭୟଙ୍କ ଡାକ୍ତରରୀମାଇନା କରାଯାଇଛି। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.