ଇମ୍ଫା-ଥେରୁବାଲିରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରତିବର୍ଷ ମାର୍ଚ୍ଚ ୪ ତାରିଖ ବିଶ୍ୱବ୍ୟାପୀ ସୁରକ୍ଷା ଦିବସ ଭାବରେ ପାଳିତ ହୋଇଥାଏ ଓ ଏହି କ୍ରମରେ ଇମ୍ଫା-ଥେରୁବାଲି ଠାରେ ଆଜି ୫୨ ତମ ଜାତୀୟ ସୁରକ୍ଷା ସପ୍ତାହର ପାଳନ ଅବସରରେ ସୁରକ୍ଷା ଦିବସ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରଞ୍ଜିତ କୁମାର ନାୟକ ,ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା) ରାୟଗଡ଼ ,ସୁରକ୍ଷା ପତ୍ତକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଛନ୍ତି । ଇମ୍ଫାର ଉପସଭାପତି (କାର୍ଯ୍ୟନିର୍ବାହୀ) ଆଶିଷ କୁମାର ରାୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଇମ୍ଫାରେ କାର୍ଯ୍ୟରତ ଠିକା ଶ୍ରମିକ , ସ୍ଥାୟୀ ଶ୍ରମିକ ଓ କର୍ମଚାରୀ , ବିଭାଗୀୟ ଅଧିକାରୀ ,ନିରାପତ୍ତା ବିଭାଗର କର୍ମଚାରୀ ଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଉପସ୍ଥିତ ଶ୍ରମିକ , କର୍ମଚାରୀମାନଙ୍କୁ ପ୍ରଦୀପ କୁମାର ମିଶ୍ର , ବିଜେନ୍ଦ୍ର ପ୍ରଧାନ ଓ ଜେ॰ଏସ॰କୁମାର ଯଥାକ୍ରମେ ଓଡିଆ , ଇଂରାଜୀ ଓ ହିନ୍ଦୀରେ ସୁରକ୍ଷା ଶପଥ ପାଠ କରାଇଥିଲେ । ଉପ-ସଭାପତି ଶ୍ରୀମାନ ଆଶିଷ କୁମାର ରାୟ କାରଖାନା ଭିତରେ ନିଜ ପରିସରରେ ଓ କାରଖାନା ବାହାରେ ନିଜ ପରିବାରରେ କିଭଳି ଆମର ଲକ୍ଷ୍ୟ “ଶୂନ୍ୟ ଦୁର୍ଘଟଣା” କିଭଳି ହାସଲ କରିପାରିବା ପାଇଁ ସଜାଗ ରହିବା ସହ ସାମାନ୍ୟ ରୁ ନ୍ୟୂନତମ ଦୁର୍ଘଟଣାକୁ ବି ପ୍ରତିହତ କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟ ଅତିଥି ଚଳିତ ବର୍ଷ ର ବିଷୟବସ୍ତୁ “ ଆମର ଲକ୍ଷ୍ୟ ଶୂନ୍ୟ କ୍ଷତି “ ଉପରେ ଆଲୋକପାତ କରିକହିଥିଲେ ଯେ “ ଯେ କୌଣସି ଦୁର୍ଘଟଣା ପଛରେ ବି ମନୁଷ୍ୟର ହାତ ଥାଏ “ ତେଣୁ ଯତ୍ନଶୀଳ ମନୁଷ୍ୟ ହିଁ ସର୍ବୋତ୍କୃଷ୍ଟ ସୁରକ୍ଷା “ ବୋଲି ମତ ପ୍ରକାଶ କରିଥିଲେ । ଚଳିତ ବର୍ଷର ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ମାର୍ଚ୍ଚ ୪ ତାରିଖରୁ ୧୦ ତାରିଖ ଯାଏ ପାଳିତ ହେବ ଓ ଅହି ଅବସରରେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ବିଭିର୍ଣ୍ଣ ତାଲିମ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ଲୋଗାନ, ଚିତ୍ର, ପ୍ରବନ୍ଧ ଆଦି ପ୍ରତିଯୋଗୀତାର ଆୟୋଜନ କରାଯାଇଛି ଏବଂ ବୀଜିତ ବ୍ୟକ୍ତିମାନଙ୍କୁ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯିବ। ଇମ୍ଫା ସୁରକ୍ଷା ବିଭାଗ ଦ୍ଵାରା ନିରାପତ୍ତା ବିଭାଗର କର୍ମଚାରୀମାନେ ଅଗ୍ନିନିର୍ବାପନର ବିଭିର୍ଣ୍ଣ କଳା ଓ କୌଶଳ ପ୍ରଦର୍ଶନ କରିଥିଲେ ଓ ଶେଷରେ ଇମ୍ଫାର କର୍ମିକ ଓ ପ୍ରଶାସନିକ ବିଭାଗର ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଳ କୁମାର ନାୟକ ମୁଖ୍ୟ ଅତିଥି ଓ ଉପସ୍ଥିତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ସୁରକ୍ଷା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.