ବାଲସିଙ୍ଗା ହରିହର କ୍ଷେତ୍ରରେ ଚାଲିଛି ଭାଗବତ ପରାୟଣ, ହରି କଥା ଶ୍ରବଣରେ ତଲ୍ଲିନ ଭକ୍ତ ମଣ୍ଡଳୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ବାଲସିଙ୍ଗା ନଦୀତଟ ହରିହର କ୍ଷେତ୍ରରେ ଗତ ଗତ ମାର୍ଚ୍ଚ ୩ରୁ ଚାଲିଛି ପଞ୍ଚାୟତ ସ୍ତରୀୟ ୭ମ ଭାଗବତ ପାରାୟଣ ସପ୍ତାହ କାର୍ଯ୍ୟକ୍ରମ । ଗତ ମାର୍ଚ୍ଚ ୧ ରେ ଏହି ପଞ୍ଚାୟତ ସ୍ତରୀୟ ସାପ୍ତାହିକ ଭାଗବତ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଠାରେ ତିନି ଗୋଟି ଯଜ୍ଞ; ଭାଗବତ ମହାଯଜ୍ଞ, ରୂଦ୍ର ମହାଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହା ୭ ଦିନ ଧରି ଚାଲିବ। ମାର୍ଚ୍ଚ ୭ ମଙ୍ଗଳବାର ଅପରାହ୍ନ ୩ ଟା ରେ ଏହାର ପୂର୍ଣ୍ଣହୂତି ପଡିବ ବୋଲି କମିଟି ସୂତ୍ରରୁ ଜଣାପଡିଛି ।

ବାଲସିଙ୍ଗା ହରିହର କ୍ଷେତ୍ରର ପଞ୍ଚାୟତ ସ୍ତରୀୟ ଏହି ଭାଗବତ ପାରାୟଣ କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ୟୋକ୍ତା ତୁଳାପଡାର ଗୁଣସାଗର ବାବାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, କୁଶ ଗହୀର ଓ ତାଙ୍କ ଧର୍ମପତ୍ନୀ ସୂର୍ଯ୍ୟ ଗହୀର ପୂଜାକର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଛନ୍ତି । ପରିଚାଳନା କମିଟିର ସଭାପତି ଭାବରେ କ୍ଷମାସାଗର ପାତ୍ର ଓ ସମ୍ପାଦକ ଭାବରେ କୁଳମଣି ବାଣୁଆ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡିଛି । ଏହି ତିନି ମହାଯଜ୍ଞର ପରିଳନା ନିମନ୍ତେ ବଲସିଙ୍ଗା ସମେତ ଆଖପାଖ ଆଠ ଗୋଟି ଗ୍ରାମ ପଂଚାୟତର ଜନସାଧାରଣ ସାହାଯ୍ୟ ସହଯୋଗ କରୁଥିବା ଜଣାପଡ଼ିଛି । ପରିଚାଳନା କମିଟି, ବରିଷ୍ଠ ନାଗରିକ ଓ ଯୁବ ପିଢୀ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସୋନପୁରର ବ୍ୟାସ ଦୈତାରୀ ବିଶି ପ୍ରତ୍ୟହ ସକାଳ ୭ ଘଣ୍ଟା ରୁ ଅପରାହ୍ନ ୪ ଟା ଯାଏଁ ପାରାୟଣ କାର୍ଯ୍ୟକ୍ରମ କରୁଛନ୍ତି । ସଂଧ୍ୟା ସମୟରେ ସାନ୍ଧ୍ୟ ଆଳତି ସାଙ୍ଗକୁ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ହରି କଥା ଶ୍ରବଣରେ ତଲ୍ଲିନ ହୋଇ ଉଠୁଛନ୍ତି ଭକ୍ତ ମଣ୍ଡଳୀ । 

ଅଞ୍ଚଳର ଯୁବପିଢୀ, ଜନସାଧାରଣ ଏବଂ ଭାଗବତ ସେବା ସଂସ୍କୃତି ଅନୁଷ୍ଠାନ ବାଲସିଙ୍ଗା ର ଯଜ୍ଞ ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କ ସହଯୋଗରେ ମଧ୍ୟରେ ଅନୁଷ୍ଠିତ ହେଉଛି ବାଲସିଙ୍ଗାର ପାରାୟଣ ମହୋତ୍ସବ- ୨୦୨୩ । ନଦୀ ବାଲି ପଠାରେ ରୁଦ୍ର ଯଜ୍ଞ ହେଉଥିବା ବେଳେ ସମସ୍ତ ଯଜ୍ଞ କାର୍ଯ୍ୟ ନଦୀ ତଟରେ ଅନୁଷ୍ଠିତ ହେଉଥିବାରୁ ଏହି ଯଜ୍ଞକୁ ସ୍ଥାନୀୟ ଲୋକେ ବାଲିଯାତ୍ରା ବୋଲି ମଧ୍ୟ କହୁଥିବା ଜଣାପଡିଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଯଜ୍ଞ ସ୍ଥଳ ଲୋକରଣ୍ୟ ହୋଇ ଉଠିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.