ଧର୍ମଗଡ,୨୭/ ୪ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସିଆଲିିକନା ପଡ଼ା ଠାରେ ଏକ ଭକ୍ତିମୟ ପରିବେଷ ମଧ୍ୟରେ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଉତ୍ସବ ସଂପନ୍ନ ହୋଇଛି । ଧର୍ମଗଡ଼ ଅଞ୍ଚଳର ଅନ୍ୟତମ ଧର୍ମପ୍ରାଣ ବ୍ୟକ୍ତି ବନମାଳୀ ସାହୁଙ୍କ ଉଦ୍ୟମ ତଥା ସଞ୍ଜୟ ଲହଜଲ ଓ ଗ୍ରାମବାସୀଙ୍କ ସହଯୋଗରେ ଶନିଶ୍ଚର/ ନବଗ୍ରହ ମନ୍ଦିର ଓ ମହାବୀର ହନୁମାନ ଙ୍କ ମନ୍ଦିର ପ୍ରତିଷ୍ଠା ହୋଇପାରିଛି । ଏହି ପ୍ରତିଷ୍ଠା ଉତ୍ସବରେ ଧର୍ମଗଡ଼ ତଥା ଧର୍ମଗଡ଼ ବାହାରୁ ଭକ୍ତ, ସାଧକ, ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଛି ।
ଧର୍ମଗଡ଼ରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇