ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକାଠି ମ୍ୟାଚ ଦେଖିଲେ ଭାରତ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆଜି ଚାଲିଛି ବର୍ଡର୍‌-ଗାଭାସ୍କର୍ ଟ୍ରଫିର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍।  ଅହମ୍ମଦାବାଦରେ ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦେଖୁଛନ୍ତି କ୍ରିକେଟ ମ୍ୟାଚ । ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡୟମରେ ଏକାଠି ହୋଇଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ। ସେମାନେ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ୍। ସକାଳ ସାଢ଼େ ୮ଟାରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା।  ଅନ୍ତିମ ମ୍ୟାଚରେ  ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଂ କରୁଛି। ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି। ଏହି ଅବସରରେ ଭାରତ-ଅଷ୍ଟେଲିଆ ମ୍ୟାଚ ଚାଲିଥିବାରୁ ଦୁଇ ରାଷ୍ଟ୍ରମୁଖ୍ୟ ଏହି ମ୍ୟାଚ ଦେଖିବାକୁ ଯାଇଛନ୍ତି । ସେମାନଙ୍କୁ ସ୍ୱାଗତ କରିବାକୁ ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବିସିସିଆଇ ଅଧ୍ୟକ୍ଷ ରୋଜର୍ ବିନ୍ନି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନ୍‌ଜଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ସଂସ୍କୃତିକୁ ପ୍ରତିପାଦନ କରୁଥିବା ଏକ ସୁନ୍ଦର କଳାକୃତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ବିସିସଆଇ ଅଧ୍ୟକ୍ଷ ।  ସେହିପରି, ଭାତର ଅଧିନାୟକ ରୋହତି ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ଙ୍କୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ କ୍ୟାପ୍ ପ୍ରଦାନ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.