ସୋହେଲାର ତାଣ୍ଡୋଲ ଗ୍ରାମରେ ମାଣ୍ଡିଆ ଖାଦ୍ୟ ମେଳା 

ଓଡ଼ିଆ ବାର୍ତ୍ତା/ ବରଗଡ : ବରଗଡ ଜିଲ୍ଲାର ସୋହେଲା ବ୍ଲକର ତାଣ୍ଡୋଲ ଠାରେ ପ୍ରଥମ କରି ମାଣ୍ଡିଆ ଖାଦ୍ୟ ମେଳା ଉଦ୍ଘାଟିତ ହୋଇଯାଇଛି। ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ଓ୍ବାସନ୍ ର ମିଳିତ ସହାୟତା ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଉକ୍ତ ଖାଦ୍ୟ ମେଳାକୁ ସୋହେଲା କୃଷି ବିଭାଗର ସହ କୃଷି ଅଧିକାରୀ ମାନିଆ ମିର୍ଦ୍ଧା ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ତାଣ୍ଡୋଲ ଗ୍ରାମର ଗଉଁତିଆ ଘନଶ୍ୟାମ ସା, ସମାଜସେବୀ ଲକ୍ଷ୍ମଣ ସେଠ, ଭିଏଡବ୍ଲୁ ଅନୀଲ, ଅଙ୍ଗନବାଡି କର୍ମୀ ଯଶୋବନ୍ତୀ ବିଶି ପ୍ରମୁଖ ଯୋଗଦେଇଥିଲେ। ଏହି ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଗଜା, ମୁଡ଼କୁ, ଗୁଳାପଜାମୁନ, ଆରିସା ପିଠା, କାକାରା, ରସ ଗଜା, କଚୋଡ଼ି, କଦଳୀ ଫୁଲ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ମାଗଣାରେ ଲୋକକୁ ଖାଇବାକୁ ଦିଆଯାଇଥିଲା। ସୋହେଲାର ଜୟ ଅମ୍ୱେ ଏସଏଚଜି, ଗୋଠର ମା’ ସରସ୍ଵତୀ ଏସ୍ଏଚଜି, ତାଣ୍ଡୋଲର ମା’ ସମଲେଶ୍ଵରୀ ଏସ୍‌ଏଚଜି, ମରେକେଲର ତୁଳସୀ ଏସ୍ଏଚଜି, ଟୁଙ୍ଗୀବନ୍ଧଳିର ମା’ ଲକ୍ଷ୍ମୀ ଏସ୍‌ଏଚଜିର ସଦସ୍ୟାମାନେ ଏହି ଜିନିଷକୁ ପ୍ରସ୍ତୁତ କରିଥିଲେ। ଓଡିଶା ମିଲେଟ୍ସ୍ ମିଶନର ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଗୌର ଚନ୍ଦ୍ର ରଣା ପରିଚାଳନା କରିଥିବାବେଳେ ସହ ସଂଯୋଜକ ମାଶାଲୁ ସେଠ, ସୋହେଲା ଏଫପିଓ ର ସିଇଓ ଚୁମ୍ବିଲାଲ ଦ୍ଵାରୀ, ଏମ୍ ଡି ମମତା ପ୍ରଧାନ, ବିଓଡି ମେମ୍ବର ସସ୍ମିତା ପଧାନ, ଅନିତା ଖୁଣ୍ଟଲା,ଯାଜ୍ଞସେନୀ ନାଏକ, ପଦ୍ମିନୀ ସାହୁ, ଲଲିତା ଚେରକିଆ ଏବଂ ସିଆରପି ଉମାକାନ୍ତ ଗୈହାନ, ଉତ୍ତର କୁମାର ବାରିକ, ମୋହନ ଭୋଇ ଓ ଝସକେତନ ଦେହେରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.