ଟିକେଟ କରିବେନି ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି

ଓଡ଼ିଆ ବାର୍ତ୍ତା/ ଜେରୁଜେଲମ: ଟିକେଟ କରିବାକୁ ପଡିବ ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇଜରାଏଲର ଏକ ବିମାନ ବନ୍ଦରରେ । ବିମାନ ବନ୍ଦରର ଚେକ-ଇନ-ଡିଭାଇସରେ ନବଜାତ ସନ୍ତାନର ଟିକେଟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଶେଷରେ ଦମ୍ପତି ନିଜ ନବଜାତ ଛୁଆକୁ ଏୟାରପୋର୍ଟରେ ଛାଡି ବିମାନରେ ପଳାଇ ଯିବାକୁ ନିଷ୍ପତ୍ତି ନେଇଥିଲେ । ସ୍ଥାନୀୟ ନିଉଜ ଏଜେନ୍ସି ‘କାମ’ର ଏକ ରିପୋର୍ଟ ଅନୁଯାୟୀ, ବେନ-ଗୁରିୟନ-ବିମାନ ବନ୍ଦରରେ ରେୟାନେୟର ଡେସ୍କରେ ମଙ୍ଗଳବାର ଏକ ନବଜାତ ଶିଶୁର ଟିକେଟକୁ ନେଇ ବିବାଦ ଲାଗିଥିଲା । ଏକ ଦମ୍ପତି ବ୍ରେସଲ୍ସ ଯାଉଥିଲେ । ସେମାନେ ନିଜର ନବଜାତ ସନ୍ତାନର ଅଗ୍ରୀମ ଟିକେଟ କରି ନ ଥିଲେ । ଚେକ ଇନ ସମୟରେ ଧରାପଡି ଯାଇଥିଲେ । ବିମାନ ବନ୍ଦର କର୍ମଚାରୀମାନେ ତାଙ୍କୁ ଟିକେଟ ବାବଦ ଫି ଭରିବାକୁ କହିଥିଲେ । ହେଲେ ଏଥିରେ ଉକ୍ତ ଦମ୍ପତି ରାଜି ହୋଇ ନ ଥିଲେ । ନିଉଜ ଏଜେନ୍ସିର କହିବା ଅନୁଯାୟୀ, ବିମାନ ବନ୍ଦର କର୍ମଚାରୀଙ୍କ ସହ ବିବାଦ ବଢିବା ପରେ ଉକ୍ତ ଦମ୍ପତି ନବଜାତକକୁ ବେବି  ଷ୍ଟ୍ରଲରରେ ଛାଡି ଦେଇଥିଲେ ଏବଂ ପାସପୋର୍ଟ କଣ୍ଟ୍ରୋଲକୁ ଚାଲି ଯାଇଥିଲେ । ଏହା ଦେଖି କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦମ୍ପତି ଏୟାରପୋର୍ଟରେ ବିଳମ୍ବରେ ପହଞ୍ଚିଥିଲେ । ହେଲେ ସେମାନେ ଖୁବ ବ୍ୟସ୍ତ ଜଣାପଡୁଥିଲେ । ବ୍ରେସଲ୍ସ ଯିବା ପାଇଁ ସେମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ କିନ୍ତୁ ନବଜାତ ଶିଶୁ ପାଇଁ ଟକେଟ କରି ନ ଥିଲେ । ପରେ ଚେକ-ଇନ-ଏଜେଣ୍ଟ ବିମାନ ବନ୍ଦରର ସୁରକ୍ଷାକର୍ମୀଙ୍କ ସହ ଯୋଗଯୋଗ କରିବା ପରେ ଉକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.