ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜ କଳ ପରିସରରେ ୫୨ତମ ସୁରକ୍ଷା ଦିବସ ଓ ସପ୍ତାହ ପାଳିତ ହୋଇଯାଇଛି। ଯାହା କି ଗତ ୦୪.୦୩.୨୦୨୩ ରେ ଉଦଘାଟିତ ହୋଇ ତା ୧୩.୦୩.୨୦୨୩ ରେ ସମାପନ ହୋଇଥିଲା। ଉଦଘାଟନ କାର୍ଯ୍ୟକ୍ରମରେ ରଞ୍ଜିତ ନାୟକ ସହ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିୟ ଓ ବିଶ୍ୱଜିତ୍ ଦ୍ଵିବେଦୀ ଉପ ସଭାପତି ବାଣିଜ୍ଯ, ଜେକେ କାଗଜ କଳ ଯୋଗ ଦାନ କରି ଥିଲେ। ସୁରକ୍ଷା ସପ୍ତାହ ପାଳନ ଅବସରରେ କୁଇଜ୍, ରଚନା, ପୋଷ୍ଟର ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ତତ୍ ସଙ୍ଗେ ସଙ୍ଗେ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଓ ଟ୍ରେନିଂ ମଧ୍ୟ ଆୟୋଜନ କରାଯାଇଥିଲା ଜେକେ ପୁର ସ୍କୁଲର ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସମାପନ କାର୍ଯ୍ୟକ୍ରମରେ ରଞ୍ଜିତ ନାୟକ ସହ ନିର୍ଦ୍ଦେଶକ, ଏସ୍ ଏନ୍ ସେଠି, ଉପ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିୟ ରାୟଗଡ଼ା ଜୋନ୍ ଓ ବିଶ୍ୱଜିତ୍ ଦ୍ଵିବେଦୀ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ବର୍ଷର ଥିମ୍ “ଜିରୋ ହ।ର୍ମ” ଉପରେ ଅତିଥି ମାନେ ଗୁରୁତ୍ଵ ଆରୋପ କରିଥିଲେ ଏବଂ ଜେକେ କାଗଜ କଳ ର ସୁରକ୍ଷା ପରିଚାଳନା ରେ ଖୁସି ବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟଜିତ ମହାନ୍ତି, ମହା ପ୍ରବନ୍ଧକ, ପରିବେଶ ସୁରକ୍ଷା ଓ ହେଲଥ ପରିଚାଳନା କରୁଥିବା ବେଳେ ରମାରଞ୍ଜନ ବିଶ୍ଵାଳ, ପ୍ରବନ୍ଧକ, ସେପ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ଓ ସେପ୍ଟି ଅଫିସର ଅରୁଣ କୁମାର ଦାସ ଓ ଅମିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।