କେଛୋମୁହଁଣ ଗାଁରେ ଷୋହଳ ପ୍ରହର ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କଂସର ପଞ୍ଚାୟତ କେଛୋମୁହଁଣ ଗ୍ରାମରେ ପ୍ରତି ବର୍ଷ ପରି ଚକିତ ବର୍ଷ ମଧ୍ୟ ଷୋହଳ ପ୍ରହର ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମଣ୍ଡପ ପରିସରରେ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସଂକୀର୍ତନ ଓ ଘଣ୍ଟ ଶଙ୍ଖ ମାଧ୍ୟମରେ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ତେଲନଦୀକୁ ପହଂଚିଥିଲେ। ସେଠାରେ ମୁଖ୍ୟ ପଣ୍ଡିତ କୁଞ୍ଜ ବିଭାରୀ ମିଶ୍ରଙ୍କ ତତ୍ତବଧାନରେ ପୂଜାର୍ଚନା ଅନୁଷ୍ଠିତ ହୋଇ ୧୫୧ ଗୋଟି ପୂର୍ଣ୍ଣ ଜଳ କଳସ ଧରି ମଣ୍ଡପରେ ସ୍ଥାପନ କରିଥିଲେ। ଏଥିରେ ରାଧେ ବାଗ ଓ ତାଙ୍କ ଧର୍ମପତ୍ନୀ କେତକୀ ବାଗ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ବିନୋଦ ମିଶ୍ର ଓ ଶିବା ପାଣିଗ୍ରାହୀ ପୂଜା କାଯ୍ୟରେ ସହଯୋଗ କରିଥିଲେ। ଏହି ନାମଯଜ୍ଞରେ କମିଟିର କର୍ମକର୍ତ୍ତା ହୀରାଧର ଗହୀର, ଦୁଃଖନାଶନ ବାଗ, ପ୍ରଦୀପ ବାଗ, ବୃନ୍ଦାବନ ଭୋଇ, ଦେବରାଜ ବାଗ, ହେମନ୍ତ ଭୋଇ, ଭୁବନେଶ୍ୱର ଭୋଇ, ଲଳିତ ଭୋଇ, ଇଶ୍ୱର ଭୋଇ,ପିତାମ୍ବର ବାଗ ସୁଜିତ ମେହେର ସୁରେଶ ସାହୁ ସମେତ କମିଟିର ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.