କରେଲଧୂଆ ଓଭର ବ୍ରିଜରେ ବାଇକ ଦୁର୍ଘଟଣା, ୨ ଯୁବକ ମୃତ

• ମୃତକମାନଙ୍କ ପରିବାରଙ୍କୁ ଆର୍ଥିକ ସାହାୟତା ଯୋଗାଇ ଦେବାକୁ ଦାବି 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ କରେଲଧୂଆ ଓଭର ବ୍ରିଜ ଠାରେ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ ଘଟିଛି। ମୃତ ଯୁବକମାନେ ହେଲେ ରଘୁ ସାହୁଙ୍କ ପୁଅ ଶରତ ସାହୁ (୧୮) ଓ ଅଇଠୁ ପ୍ରଧାନଙ୍କ ପୁଅ ବଣ୍ଟି ପ୍ରଧାନ (୨୨)। ଉଭୟେ କନ୍ଧକେଲଗାଁ ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମର ବୋଲି ଜଣାପଡିଛି। ସୂଚନା ଅନୁସାରେ ଅପରାହ୍ନ ୧ ଘଣ୍ଟା ସମୟରେ ଏହି ଦୁଇ ସାଙ୍ଗ ଶରତ ଓ ବଣ୍ଟି ଏକ‌ ହିରୋ ଗ୍ଲେମର ବାଇକ ନଂ OD03 N 2090 ଯୋଗେ ସଇଁତଲକୁ ଚପଲ କିଣିବା ସହ ଚୁଟି କାଟି ଯାଉଛୁ କହି ଘରୁ ବାହାରିଥିଲେ।  କିନ୍ତୁ କେରମେଲି ଛକରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ଦେଖି ସଇଁତଲା ନ ଆସି ପେଟ୍ରୋଲ ପମ୍ପରେ ତେଲ ପକାଇ ଗାଁ ଅଭିମୁଖେ ଫେରି ଯାଉଥିଲେ। କିନ୍ତୁ କିଛି ବାଟ ଯିବା ପରେ କରେଲଧୂଆ ଓଭର ବ୍ରିଜରେ ଏହି ବାଇକ ଆରୋହୀ ଯୁବକମାନେ ଭାରସାମ୍ୟ ହରାଇ ବାଡ଼ାରେ ପିଟି ହୋଇ ଜଣେ ଓଭର ବ୍ରିଜର ତଳକୁ ଓ ଅନ୍ୟ ଜଣେ ବାଡ଼ା ପାଖରେ ଛିଟକି ପଡିଥିଲେ। ଦୁର୍ଘଟଣା ଖବର ପାଇଁ ସଇଁତଲା ପୋଲିସ ଓ ଅଗ୍ନଶମ ବିଭାଗ ପହଂଚି ଗୁରୁତର ଅବସ୍ଥାରେ ଉଭୟ ଯୁବକମାନଙ୍କୁ ଉଦ୍ଧାର କରି ସଇଁତଲା ମେଡିକାଲକୁ ଆଣିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ଶବମାନଙ୍କୁ ଜବତ କରି ଥାନା କେଶ ନଂ ୬୦/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗୀରକୁ ପଠାଇ ଦେଇଥିଲେ। ଉକ୍ତ ମାମଲା ଥାନା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଏସଆଇ ଶଙ୍କରଲାଲ ମିର୍ଦ୍ଧା ତଦନ୍ତ କରୁଛନ୍ତି। ଏହି ଦୁର୍ଘଟଣା ମୃତବରଣ କରିଥିବା ଯୁବକମାନେ ନିଜେ କାମ ଧନ୍ଦା କରି ପରିବାର ପୋଷଣ କରୁଥିଲେ। ଉଭୟ ପରିବାର ଅତି ଗରିବ ଶ୍ରେଣୀ ହୋଇଥିବାରୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.