ଆୟର୍ଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଭାରତ

ଓଡ଼ିଆ ବାର୍ତ୍ତା/ ଡବଲିନ: ଚଳିତ ବର୍ଷ ଅଗଷ୍ଟରେ ବିଶ୍ୱର ଏକ ନମ୍ବର ଟିମ ଭାରତ ସହ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଆୟର୍ଲାଣ୍ଡ ଖେଳିବ । ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଏହି ସିରିଜ ମାଲାହାଇଡରେ ଏହି ମ୍ୟାଚଗୁଡିକ ଖେଳାଯିବ । ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି । ଗତବର୍ଷ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ଏଠାରେ ୨ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିଲା । ଏଥିରେ ଟିମ ଇଣ୍ଡିଆ ୨-୦ରେ ସିରିଜ ଜିତି ନେଇଥିଲା । ସୂଚନାଯୋଗ୍ୟ, ମେ ମାସରେ ବାଂଲାଦେଶ ବିପକ୍ଷରେ ଆୟର୍ଲାଣ୍ଡ ଦିନିକିଆ ସୁପର ଲିଗ ସିରିଜ ଖେଳିବ । ଏହି ସିରିଜରେ ଏକତରଫା ବିଜୟ ହାସଲ କଲେ ଆୟର୍ଲାଣ୍ଡ ସିଧାସଳଖ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ । ଯଦି ଏହା ନ ହୁଏ ତାହାହେଲେ ଜିମ୍ବାୱେ ବିପକ୍ଷରେ କ୍ୱାଲିଫାୟର ମୁକାବିଲା ଖେଳିବ । ବିଶ୍ୱକପ ପୂର୍ବରୁ ଶକ୍ତିଶାଳୀ ଭାରତ ବିପକ୍ଷ ସିରିଜ ତାଙ୍କ ମନୋବଳ ବଢ଼ାଇବାରେ ସହାୟ ହେବ ବୋଲି ଆଶା କରାଯାଉଛି । କୋଭିଡ ସମୟରେ କେତେଗୁଡିଏ ସିରିଜ ଖେଳାଯାଇ ପାରି ନ ଥିଲା । ଏହି ବକେୟା ସିରିଜଗୁଡିକ ସମୟ ସୁବିଧା ଦେଖି ଆଇସିସି ପକ୍ଷରୁ ଆୟୋଜନ କରାଯାଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.