ପ୍ରଗତି ପ୍ରତିଭା ପୁରସ୍କାର-୨୦୨୩ର ଆଲୋଚନାଚକ୍ର ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ସହର ସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନରେ ପ୍ରଗତି ପ୍ରତିଭା ପରୀକ୍ଷାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା, ଗ୍ରୁପ ହେଡ ବିଶ୍ୱଜିତ ବି ମହାନ୍ତି, ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଅଶୋକ କୁମାର ସାହୁ , ବିଦ୍ୟା ସାଗର ମୁଣ୍ଡ, ଶଶୀଭୂଷଣ ଦାସ ପ୍ରମୂଖ ଉପସ୍ଥିତ ଥିଲେ। ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଶ୍ରୀ ପଣ୍ଡା ପ୍ରଗତି ପ୍ରତିଭା ପୁରସ୍କାରର ସ୍ୱରୂପ ସମ୍ପର୍କରେ ଆଲୋଚନା କରିବାକୁ ଯାଇ କହିଥିଲେ କି, ବହୁ ପ୍ରତୀକ୍ଷିତ ପ୍ରଗତି ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପ୍ରତିଭା ପୁରସ୍କାର ପ୍ରଦାନ ନିମନ୍ତେ ଚଳିତ ମାର୍ଚ୍ଚ ମାସ ୨୬ ତାରିଖରେ ଓଡ଼ିଆ ମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରଗତି କଲେଜ ପରିସର ମଧ୍ୟରେ ପ୍ରଗତି ପ୍ରତିଭା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ପରୀକ୍ଷାକୁ ଏକ ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଭାବରେ ବିବେଚନା କରାଯାଇଛି। ଏଥିରେ ପ୍ରଥମ ପୁରସ୍କାର ୧୫,୦୦୦ ଟଙ୍କା, ଦ୍ଵିତୀୟ ପୁରସ୍କାର ୧୦,୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୫,୦୦୦ ଟଙ୍କା ରଖାଯାଇଛି। ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ହେଉଛି  ଛାତ୍ରଛାତ୍ରୀମାନଙ୍କ ଯୋଗ୍ୟତା, ପରିଶ୍ରମ ଏବଂ ଚରିତ୍ରର ଉତ୍କର୍ଷତା ହାସଲ କରିବାର ପ୍ରକୃଷ୍ଟ ମାନଦଣ୍ଡ। ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁଣାତ୍ମକ ଯୋଗ୍ୟତା ପ୍ରଦର୍ଶନ କରିବା ପାଇଁ ପ୍ରଗତି ଟ୍ରଷ୍ଟ ଏହି ପୁରସ୍କାର ପ୍ରସ୍ତୁତ କରିଛି। ଏକ ପ୍ରତିଯୋଗିତାମୂଳକ ପୁରସ୍କାର ଭାବରେ  ପ୍ରଗତି ପ୍ରତିଭା ପୁରସ୍କାର  ଅଧ୍ୟୟନ କ୍ଷେତ୍ରରେ ସମ୍ମାନଜନକ ଏବଂ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ସୁଯୋଗ ଆଣିଥାଏ। ଏହି ପରୀକ୍ଷାରେ ଓଡ଼ିଆ ମାଧ୍ୟମରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଉକ୍ତ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କର ଫଳାଫଳକୁ ଆଧାର କରି ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ନଗଦ ଅର୍ଥରାଶି ସ୍ୱରୂପ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା, ଦ୍ଵିତୀୟ ସ୍ଥାନ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ଏବଂ ତୃତୀୟ କୃତି ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହା ସହିତ ପ୍ରଗତି ଶିକ୍ଷାନୁଷ୍ଠାନରେ ପଢିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏତଦ ବ୍ୟତୀତ ପ୍ରତିବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନରେ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିନା ଶୁଳ୍କରେ +୨ ଶ୍ରେଣୀରେ ଅଧ୍ୟୟନ କରିବାର ସୁଯୋଗ ଦିଆଯାଉଛି। ଏହି ଆଲୋଚନାଚକ୍ରର ପରିଶେଷରେ ଅନୁଷ୍ଠାନର ଚେୟାରପରସନ ସୁଶ୍ରୀ ସଂଗୀତା ପଣ୍ଡା ପ୍ରଗତି ପ୍ରତିଭା ପରୀକ୍ଷାରେ ଭାଗ ନେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣେଇବା ସହ ବହୁ ସଂଖ୍ୟାରେ ଯୋଗଦାନ ପୂର୍ବକ ପରୀକ୍ଷାକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.