ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପୁଣି ଥରେ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହେବେ କଳାହାଣ୍ଡିର କବି ଭବାନୀଶଙ୍କର ନିଆଲ। ଇଂଟୁ ଫ୍ୟୁଚର ମିଡିଆ ପ୍ରାୟୋଜିତ ଉଇନିଂ ମୁଭ ଇନ୍ଫୋଟେକ ପଞ୍ଜାବ ସଂସ୍ଥା ଦ୍ୱାରା ଏହି ସମ୍ମାନ ପାଇଁ ୫୫ଦେଶର ୧୦୦୦୦ ଲେଖକଙ୍କ ଭିତରେ ସେ ସମ୍ବର୍ଦ୍ଧିତ ୨୦୦ ଜଣିଆ ତାଲିକାରେ ରହିଛନ୍ତି। ତାଙ୍କର କବିତା ତଥା କାର୍ଯ୍ୟରେ ସାମାଜିକ ଆବେଦନ ଓ ମୂଲ୍ୟବୋଧ ଯୋଗୁଁ ଏହା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀ ନିଆଲଙ୍କ କବିତା ସବୁ ପୂର୍ବରୁ ବିଭିନ୍ନ ବିଦେଶୀ ଭାଷାରେ ଅନୁଦିତ ହୋଇ ସାରିଥିବାବେଳେ ଓଡ଼ିଆରେ ୩ଟି ଓ ଇଂରାଜୀରେ ଦୁଇଟି କବିତା ସଙ୍କଳନ ରହିଛି। ସମ୍ପ୍ରତି ସେ ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ ଥିବା ବେଳେ ଜଣେ ପ୍ରମୁଖ ରାଜନେତା ଭାବେ ରାଜ୍ୟରେ ପରିଚିତ। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି।