ରାସ୍ତା ପାଲଟିଛି ମରଣଯନ୍ତା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିବା ବେଳେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଦେଇ ଯାଇଥିବା ୩୦ ନମ୍ବର ରାଜ୍ୟ ରାଜପଥର ଦେଉଳମୁଣ୍ଡାଇ ଛକ ଠାରୁ ନିର୍ମଳଝର ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ ଯୋଗୁଁ ଉକ୍ତ ରାସ୍ତା ସଂକୁଚିତ ହୋଇପଡିଛି। ଏହି ରାସ୍ତା ଦେଇ କଲେଜ, ତହସିଲ କୋର୍ଟ ଓ ବ୍ଲକ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଥିବାରୁ ପଥଚାରୀଙ୍କ ସମେତ ପ୍ରତ୍ୟହ ଶହ ଶହ ଲୋକ ଯାତାୟାତ କରନ୍ତି। ଏହି ରାସ୍ତା ପୂର୍ତ୍ତ ବିଭାଗ ସମ୍ପ୍ରସାରଣ ନକରିବା ଫଳରେ ଗାଡି ସବୁ ବତି ଖୁଣ୍ଟରେ ପିଟି ହେବା ସାଙ୍ଗକୁ ଏକ ବର୍ଷ ଭିତରେ ୪-୫ ଗୋଟି ଦୁର୍ଘଟଣା ଘଟିଲାଣି। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଅଧିକାଂଶ ସମୟ ରାସ୍ତା ଜାମ୍ ହୋଇ ଯାଉଛି। ତେବେ ୧୬ ନମ୍ବର ଜାତୀୟ ରାଜପଥଠାରୁ ଆସିକା ୫୫ କି.ମି ରାସ୍ତାକୁ ଜାତୀୟ ରାଜପଥ ରେ ପରିଣତ କରିବା ପାଇଁ ବହୁବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର କର୍ଣ୍ଣପାତ କରୁ ନଥିବା ସହରବାସୀ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.