ଆନ୍ତର୍ଜାତୀୟ ଖାଉଟି ଦିବସରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୱାର୍କସ କ୍ଳବ ରାୟଗଡା ଆନୁକୂଲ୍ୟରେ କ୍ଳବ ସଭାପତି ଶଙ୍କରଷଣ ମଙ୍ଗରାଜଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଖାଉଟି ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ଶ୍ରୀମତି ପ୍ରଣତି ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କ୍ଳବର ଉପସଭାପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତି ପାତ୍ର ଖାଉଟି ଆଇନ ଓ ଖାଉଟିଙ୍କ କଲ୍ୟାଣ ସମ୍ପର୍କୀତ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ପଚାରିଥିବା ସନ୍ଦେହଗୁଡିକ ଦୂର କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ରୁଦ୍ରପ୍ରସାଦ ଚୈାଧୁରୀ ଓ ଉପଦେଷ୍ଠା ସତ୍ୟବାଦୀ ପତି, ନିର୍ବାଚିତ ଡିଷ୍ଟ୍ରିକ୍ଟ ଗଭର୍ନର କିଶୋର ଚନ୍ଦ୍ର ପଣ୍ଡା, ଆରସି ଟି.ଜୟରାମ ଏବଂ କ୍ଳବର ସଭ୍ୟବୃନ୍ଦଙ୍କ ସମେତ ସାଇପ୍ରିୟା ୱାକର୍ସ କ୍ଳବ, ଜିସିଡି ୱାକର୍ସ କ୍ଳବର ସଭ୍ୟବୃନ୍ଦ ଯୋଗ ଦେଇଥିଲେ । ଶେଷରେ କ୍ଳବର ସମ୍ପାଦକ ଜଳନ୍ଧର ପୁଶିକା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.