ଓ୍ବାଡ ସଭ୍ୟସଭ୍ୟାଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ, ଗଞ୍ଜାମ ସହାୟତାରେ ବିକାଶ ଅନୁଷ୍ଠାନ ଦ୍ବାରା ଆୟୋଜିତ ଓ୍ବାଡ ସଭ୍ୟ ସଭ୍ୟାଙ୍କ ପ୍ରଶିକ୍ଷଣ ଶିବିର ଖଲିକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଖଲ୍ଲିକୋଟ ବ୍ଳକର ୨୯ ଗୋଟି ପଞ୍ଚାୟତର ସମସ୍ତ ଓ୍ବାଡ ସଭ୍ୟ ସଭ୍ୟା ମାନଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାର ନିୟମ, ଭୂମିକା, ଦାୟିତ୍ବ ଓ ସରକାରୀ ଯୋଜନା ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ ଆସିଥିବା ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇଥିଲେ। ଚଳିତ ମାସ ୧ ତାରିଖରୁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ୧୭ ତାରିଖରେ ସମାପନ ହୋଇସାରିଛି। ଉଦଘାଟନ କାର୍ଯ୍ୟକ୍ରମରେ ଖଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରା, ବ୍ଳକ ଅଧ୍ୟକ୍ଷ ଦୈତାରୀ ବେହେରା, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ବିକାଶର ସଂପାଦକ ଗୋକୁଳ ଚନ୍ଦ୍ର ଦାସ, ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ ଓ ପ୍ରଶିକ୍ଷକ ଏମ ସୁନୀତା ରାଓ ଓ ଶ୍ରୀକାନ୍ତ ଶତପଥୀ ଉପସ୍ଥିତ ରହି ଉଦଘାଟନ କରିଥିଲେ। ପାଞ୍ଚ ଗୋଟି ବ୍ୟାଚ କରି ପ୍ରତି ବ୍ୟାଚଙ୍କୁ ତିନି ଦିନ ଲେଖାଏଁ ପ୍ରଶିକ୍ଷଣ ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.