ଓଡ଼ିଆ ବାର୍ତ୍ତା/ ଅମ୍ରିତସର: ପୋଲିସକୁ ଚକମା ଦେଇ ଖସି ଯାଉଥିଲେ । ଶେଷରେ ଫିଲ୍ମ ଷ୍ଟାଇଲରେ ଧରାପଡିଲେ ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହ । ଶନିବାର ଅମ୍ରିତପାଲ ସିଂକୁ ଗିରଫ କରିବା ପରେ ତାଙ୍କର ଗାଁ ଜଲ୍ଲୁପୁରରେ ପାରାମିଲିଟାରୀ ଫେର୍ସ ମୁତୟନ କରାଯାଇଛି । ପୁରା ଗାଁ ପୋଲିସ ଛାଉଣୀ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅମୃତପାଲ ସିଂ ସାହାକୋଟ ଆସିବା ପୂର୍ବରୁ ପୋଲିସକୁ ସୂଚନା ମଳି ଯାଇଥିଲା । ଅମ୍ରିତପାଲ ସିଂହକୁ ଗିରଫ କରିବା ପାଇଁ ପଞ୍ଜାବ ପୁଲିସ୍ ପକ୍ଷରୁ ଆଜି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଅମ୍ରିପାଲ ସିଂହକୁ ଜଲନ୍ଧର ପାଖରେ ଧରିଥିଲା ପୋଲିସ । ତାର କନଭୟକୁ ପୁଲିସ ଅଟକାଇ ଗିରଫ କରିବାକୁ ଯାଉଥିବାବେଳେ ପୁଲିସ୍କୁ ଚକମା ଦେଇ ଖସି ଯାଇଥିଲା ଅମ୍ରିତପାଲ । ତା’ର ୬ ଜଣ ସହଯୋଗୀଙ୍କୁ ପୁଲିସ୍ ଅଟକ ରଖିଥିଲା । ଅମ୍ରିତପାଲକୁ ଧରିବା ପାଇଁ ପୋଲିସକୁ ବହୁ କସରତ କରିବାକୁ ପଡିଥିଲା । ପ୍ରଥମେ ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ଏବଂ ପରେ ପୁରା ପଞ୍ଜାବର ଇଣ୍ଟରନେଟ କନେକ୍ସନକୁ କାଟି ଦିଆଗଲା । ରାଜ୍ୟ ପୋଲିସକୁ ସହାୟତା କରିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଫୋର୍ସକୁ ସତର୍କ କରାଯାଇଥିଲା । ଏହା ପରେ ପୋଲିସର ୧୦୦ କାର ଅମୃତପାଲକୁ ଧରିବା ପାଇଁ ପିଛା କରିଥିଲା । ଅମ୍ରିତପାଲ ଏବଂ ତାଙ୍କର ସମର୍ଥକମାନେ ପୋଲିସଠାରୁ ବଞ୍ଚିବା ପାଇଁ ବହୁ ପ୍ରକାର ପୟାସ କରିଥିଲେ । ଶେଷରେ ଜଲ୍ଲୁପୁରରୁ ତାକୁ ପୋଲିସ ଗିରଫ କରିଥିଲା । ସୂଚନାଥାଉ କି, ‘ବାରିସ ପଞ୍ଜାବ ଦେ’ର ପ୍ରମୁଖ ଅମୃତପାଲସିଂଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨ଟି ମାମଲା ଅମୃତସର ଜିଲ୍ଲାର ଅଜନାଲା ଥାନାରେ । ନିଜ ସମର୍ଥକଙ୍କ ଗିରଫକୁ ବିରୋଧ କରି ଅମୃତପାଲ ଫେବୃଆରୀ ୨୩ ତାରିଖରେ ଅଜନାଲ ଥାନା ଉପରେ ଆକ୍ରମଣ କରିବା ମୁଖ୍ୟ ମାମଲା ରହିଛି ।